ସମ୍ବଲପୁର: ଅଇଁଠାପାଲି ଥାନା ବହିଦାର ନୂଆପାଲିରେ ଏକ ପୋଖରୀରେ ବୁଡ଼ି ଜଣେ ବୃତଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦାହାରୁ ମୁଣ୍ଡା(୬୮)। ଗାଧୋଇବାକୁ ଯାଇଥିବା ବେଳେ ମଙ୍ଗଳବାର ଦିନ ୧୨ଟା ପାଖାପାଖି ସେ ପୋଖରୀରେ ବୁଡ଼ି ଯାଇଥିଲେ।

Advertisment

ଏ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅପରାହ୍ଣ ୫ଟା ପାଖାପାଖି ଅଗ୍ନିଶମ ବାହିନୀ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।