ଭୁବନେଶ୍ବର : ନିଶା ମାଫିଆଙ୍କ ଉପରେ ପ୍ରହାର ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ପଶ୍ଚିମବଙ୍ଗ ମୁର୍ସିଦାବାଦର କୁଖ୍ୟାତ ବ୍ରାଉନସୁଗାର ବେପାରୀ ଏସ୍.କେ ଲାଲୁ ଓରଫ୍ ଲାଲୁ ଏସ.କେ ଓରଫ୍ ଲାଲ ମହମ୍ମଦର ନଦିଆ ଜିଲ୍ଲା ପଲାସିପାରାରେ ଥିବା କୋଟିଏ ଟଙ୍କାର କୋଠା ଜବତ କରିଛି ଏସଟିଏଫ୍। ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ଲାଲୁର ଏହି ସମ୍ପତ୍ତି ସମ୍ପର୍କରେ ସୁରାକ୍ ପାଇଥିଲା ତଦନ୍ତକାରୀ ଟିମ୍। ଏହି କୋଠାକୁ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଏସଟିଏଫ୍ ଏହି ମାମଲାରେ ଗତ ୭ ତାରିଖରେ ଲାଲୁକୁ ପଶ୍ଚିମବଙ୍ଗର ସ୍ଥାନୀୟ ପୁଲିସ ସହାୟତାରେ ଗିରଫ କରିଥିଲା। ପୂର୍ବରୁ ଟକୁଲୁ ରାଜାର ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା।
କୁଖ୍ୟାତ ନିଶା ମାଫିଆ ଲାଲୁର କୋଟିଏ ଟଙ୍କାର କୋଠା ଜବତ
/sambad/media/post_attachments/wp-content/uploads/2022/01/drug-mafia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)