ଜଳେଶ୍ୱର: ବୁଧବାର ଭୋର୍‌ ସମୟରେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ତରଫରୁ ଜଳେଶ୍ୱର ଅଞ୍ଚଳର ଶାସନବାଡ଼ ଗାଁରେ ଚଢ଼ାଉ କରାଯାଇ ୩୧୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର୍‌ ଜବତ କରାଯାଇଛି। ଚଢ଼ାଉ ସମୟରେ ନିଶାଦ୍ରବ୍ୟ ଚୋରା ବେପାରୀ ମୁନ୍ନା ଖସି ପଳାଇଥିବା ବେଳେ ତା’ର ମାଆକୁ ପୁଲିସ ଅଟକ ରଖିଛି।

Advertisment

ଭୋର୍‌ ପ୍ରାୟ ୪ଟା ବେଳେ ଜଳେଶ୍ୱର ଅବକାରୀ ଓ ପୁଲିସର ସହାୟତାରେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ କୁଖ୍ୟାତ ନିଶାଦ୍ରବ୍ୟ ଚୋରା ବେପାରୀ ମୀର୍‌ ରାହତ୍‌ ଅଲ୍ଲୀ ଓରଫ୍‌ ମୁନ୍ନା ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ମୁନ୍ନା କୌଣସିମତେ ଘରୁ ଖସି ପଳାଇବାରେ ସମର୍ଥ ହୋଇଥିବା ବେଳେ ତା’ର ମାଆଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।

publive-image Representative Image Source: Deccan Herald

ଜଳେଶ୍ୱରରେ ଏକକାଳୀନ ଏତେ ପରିମାଣର ବ୍ରାଉନ୍‌ସୁଗାର୍‌ ଜବତ ହେବାରେ ଏଇଟା ପ୍ରଥମ ଘଟଣା ବୋଲି କୁହାଯାଉଛି।

ଗତକାଲି ମଧ୍ୟ ରାଜପୁର ଗାଁରୁ ୬୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା।