ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନିଶା ବେପାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଶିକ୍ଷାନୁଷ୍ଠାନ ନିକଟରେ ନିଶା ବେପାରକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
ଡ୍ରଗ୍ କଣ୍ଟ୍ରୋଲର ଓ ସ୍ପେଶାଲ ଟାସ୍କଫୋର୍ସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। କୋର୍ଡ଼ ୱାର୍ଡରେ ନିଶା କାରବାର ହେଉଥିବା ଜଣା ପଡ଼ିଛି । ଆଖି ପିଛୁଳାକେ ଡିଲ୍ ହେଉଛି ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ସପିଂ ମଲ, ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ହେଉଥିବା ବେଳେ ସ୍ପେଶାଲ ଟିମ୍ ଚଢ଼ଉ କରିଛି ।
ଚାମ୍ବା, ଗୋଗୋ,ବାବା ନାମରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଥିବା ଜଣାପଡ଼ିଛି । ନୟାପଲ୍ଲୀ ଅଞ୍ଚଳରେ ରେଡ଼ ବେଳେ ଗଞ୍ଜେଇ ସିଗାରେଟ, ଫଏଲ ପେପର, ଚିଲମ, ମୋଦକ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ ହୋଇଛି ।
ଏକାଧିକ ଲୋକଙ୍କୁ ଅଟକ ରଖି ଜଏଣ୍ଟ ଟିମ୍ ପକ୍ଷରୁ ପଚରାଉଚରା କରାଯାଉଛି । ନିଶା ବିରୋଧରେ ଶୂନ ସହନଶୀଳ ନୀତି ପୂର୍ବରୁ ମଧ୍ୟ ଜାରି କରାଯାଇଛି । ଇନଫୋସିଟି, ପଟିଆ, ଜୟଦେବ ବିହାର, ପାତ୍ରପଡା, ଖଣ୍ଡଗିରି, ୟୁନିଟ-୪, ୟୁନିଟ-୯ ଅଞ୍ଚଳରେ ପୂର୍ବରୁ ଚଢ଼ଉ ବେଳେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିଲା ।
ଯୁବପିଢି କିଭଳି ନିଶାର ମାୟା ଜାଲରେ କବଳିତ ନହେବେ ସେ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଭଳି ଚଢ଼ଉ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
Bhubaneswar | drug trade | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/29/drug-trade-in-the-capital-ganja-cigarettes-sold-under-the-code-name-chamba-gogo-baba-2025-08-29-16-09-49.jpg)