ଭବାନୀପାଟଣା : କଳାହାଣ୍ଡି ପୁଲିସ ଜାଲରେ ଡ୍ରଗ୍ସ ବେପାରର ରାକେଟ ଧରା ପଡ଼ିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭବାନୀପାଟଣା ସଦର ପୁଲିସ ପକ୍ଷରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଟାଉନ ଥାନାରେ ଏଥିରେ ସଂପୃକ୍ତ ଥିବା ୫ଜଣଙ୍କୁ ଆଣି ପଚରାଉଚରା ଜାରି ରହିଛି। ସମ୍ବଲପୁରରୁ ଭବାନୀପାଟଣା ସହରକୁ ହେରୋଇନ ଡ୍ରଗ୍ସର ଚେର ଲମ୍ବିଥିବା ନେଇ ପୁଲିସକୁ ସୁରାକ ଲାଗିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2021/06/brown-sugar-sambalpur.jpg)
ପୁଲିସ ସୂତ୍ରରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ହିଲ ଟାଉନର ମହମ୍ମଦ ସକିତ ପରଭେଜ (୧୮) ସମ୍ବଲପୁରରୁ କାର୍ (ଓଡି ୦୮ଇ ୮୨୮୮) ଯୋଗେ ଡ୍ରଗ୍ସ ନେଇ ଭବାନୀପାଟଣା ଅଭିମୁଖେ ଆସୁଥିଲା। ପୂର୍ବରୁ ସୂଚନା ପାଇ କଳାହାଣ୍ଡି ପୁଲିସ ଏସ୍ପି ଡ. ଶ୍ରବଣ ବିବେକ ଏମ୍ଙ୍କ ନିର୍ଦେଶକ୍ରମେ ଭବାନୀପାଟଣା ସଦର ପୁଲିସ ଆଇଆଇସି ପ୍ରଦୀପ ଧରୁଆ ଓ ଏସ୍ଆଇ ଛଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପାଷ୍ଟିକୁଡ଼ିଠାରେ ଛକି ରହିଥିଲେ। କାର୍ରେ ୩୮.୭୨ ଗ୍ରାମ ଡ୍ରଗ୍ସ ଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାରେ ଡ୍ରଗ୍ସ ବେପାରୀ ମହମ୍ମଦ ସାକିତ ପରଭେଜ ଓ ଥୁଆମୂଳ ରାମପୁରର ଡ୍ରାଇଭର ଉଦୟ ନାୟକ(୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୩୮.୭୨ ଗ୍ରାମ ଡ୍ରଗ୍ସ, ଗୋଟିଏ ଆର୍ଟିକା କାର ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣକୁ ଭବାନୀପାଟଣା ଟାଉନ ଥାନା ପୁଲିସ ଆଣି ଜେରା କରୁଛି।
ସମ୍ବଲପୁରରୁ ହେରୋଇନ ଡ୍ରଗ୍ସ ଭବାନୀପାଟଣା ଆଣି ଯୁବ ପିଢ଼ିଙ୍କୁ ନିଶାଗ୍ରସ୍ତ କରିବା ରାକେଟର ପର୍ଦାଫାସ ହୋଇଛି। ପୁଲିସ ପକ୍ଷରୁ ଜବତ ଡ୍ରଗ୍ସକୁ ଭୁବନେଶ୍ୱର ଲାବକୁ ପରୀକ୍ଷା ପାଇଁ ପଠାଯାଇଛି। ଡ୍ରଗ୍ସ କିଣୁଥିବା ଗରାଖମାନଙ୍କୁ ପୁଲିସ ଠାବ କରୁଛି। ଭବାନୀପାଟଣା ସହରର ବିଭିନ୍ନ ପଡ଼ାରେ ଡ୍ରଗ୍ସ ମାଫିଆମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି। ଏଥିରେ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/sadar-police-station-bhawanipatna.jpg)