୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଡ୍ରଗ୍‌ସ ଇନ୍‌ସପେକ୍ଟର ଅଫିସର ପିଅନ

ଯାଜପୁର: ତିନି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡ୍ରଗ୍‌ସ ଇନ୍‌ସପେକ୍ଟର ଅଫିସ୍‌ର ପିଅନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗ କ୍ରମେ ପିଅନ ରଘୁନାଥ ପଣ୍ଡା ଔଷଧ ଦୋକାନୀ ସନ୍ତୋଷ କୁମାର ସାହୁଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେ ବାର୍ଷିକ ରିପୋର୍ଟ ଦେବା ପାଇଁ ଏହି ଲାଞ୍ଚ ମାଗିଥିଲେ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବାଲିଚଦ୍ରପୁର ଥାନା ଅନ୍ତର୍ଗତ ଜଗଦମ୍ବା ଔଷଧ ଦୋକାନର ମାଲିକ ସନ୍ତୋଷ କୁମାର ସାହୁଙ୍କ ଠାରୁ ବାର୍ଷିକ ନବିକରଣ କରିବା ପାଇଁ ଆବଶ୍ୟକ ଯାଞ୍ଚ ପାଇଁ ଅର୍ଥ ମାଗୁଥିଲେ। ପୂର୍ବରୁ ଅଭିଯୋଗକାରୀଙ୍କ ଠାରୁ ୧୮,୦୦୦ ହଜାର ଟଙ୍କା ନେଇଥିବା ବେଳେ ଆଉ ତିନି ହଜାର ଟଙ୍କା ନଦେଲେ ଯାଞ୍ଚ କରାଯିବ ନାହିଁ କି ନବୀକରଣ ହୋଇପାରିବ ନାହିଁ ବୋଲି କହିବାରୁ ସନ୍ତୋଷ ଶେଷରେ ଭିଜିଲାନ୍‌ସ ଡ଼ିଏସ୍‌ପି ଅନୁସାୟା ସେନାପତିଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆଜି ଭିଜିଲାନ୍‌ସର ଏକ ଟିମ ଭେଷଜ ନିରୀକ୍ଷକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ପିଅନ ଲାଞ୍ଚ ନେଉଥିବା ବେଳେ ଧାରଥିଲେ। ପ୍ରଥମେ ଅଭିଯୁକ୍ତଙ୍କୁ କୋଭିଡ଼ି ଟେଷ୍ଟ କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍‌ସ ଡ଼ିଏସପି ଅନୁସାୟା ସେନାପତି। ଏହା ପରେ ତାଙ୍କ ସମ୍ପର୍କୀୟଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ଥାନା ବିଷ୍ଣୁପୁର ଠାରେ ଚଢ଼ାଉ ହେଉଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର