ସମ୍ବଲପୁର: ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘର ବାହାରେ ଥିବା ଏକ ସଜନା ଛୁଇଁ ଗଛ କାଟୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ଘଟଣାଟି ଧନୁପାଲି ଥାନା ଅନ୍ତର୍ଗତ ଭୂତପଡ଼ା ଗାଁରେ ଘଟିଥିବା ବେଳେ ମୃତ ବ୍ୟକ୍ତିଙ୍କ ନାଁ ସୁନୀଲ ଓରାମ ବୋଲି ଜଣାପଡ଼ିଛି। ଗଛ କାଟୁଥିବା ସମୟରେ ୧୧କେଭି ତାର ଲାଗିଯିବାରୁ ସୁନୀଲ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ, ଯାହାଦ୍ବାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

Image result for current shock Patrika

ସେହିଭଳି ଭାବରେ ଜଣେ ଲାଇନମ୍ୟାନଙ୍କୁ ବିଦ୍ୟୁତ୍ ଆଘାତ ଲାଗି ସେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ପୀଡ଼ିତଜଣଙ୍କ ସମ୍ବଲପୁର ଜିଲ୍ଲାରେ ଥିବା ଟକବା ଗାଁର ହୋଇଥିବା ବେଳେ ତାଙ୍କ ନାଁ ଅଜିତ୍ ବେହେରା ବୋଲି ଜଣାପଡ଼ିଛି। ସମ୍ବଲପୁରଠାରେ ଥିବା ଶାସନ ଗ୍ରୀଡଠାରେ ରକ୍ଷଣାବେକ୍ଷଣ କାମ କରୁଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହି ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ଭିମସାର ପଠାଇ ଦିଆଯାଇଥିବା ସୂଚନା ରହିଛି ।