ସୁନ୍ଦରଗଡ଼: ମାତାଲ୍ ସ୍ବାମୀ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ସ୍ତ୍ରୀଙ୍କର ତଣ୍ଟି ଚିପି ମାତାଲ୍ ସ୍ବାମୀ ହତ୍ୟା କରିଛନ୍ତି। ରାତିରେ  ମଦ ପିଇ ସ୍ତ୍ରୀ ସହିତ ଝଗଡ଼ା ପରେ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ।

Advertisment

କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ସୀମାପରାର ଘଟଣା। ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ। ମୃତା ହେଲେ ସଞ୍ଜୁ ତନ୍ତୀ (୩୬)। ଅଭିଯୁକ୍ତ ସ୍ବାମୀ ଅର୍ଜୁନ ସିଂ (୪୦)। ମଦ୍ୟପ ଅର୍ଜୁନ ସବୁବେଳେ ମଦ ପିଇ ଘରକୁ ଆସି ସ୍ତ୍ରୀ ସହ ଝଗଡ଼ା ଓ ମାଡ଼ପିଟ କରିଥାନ୍ତି।

 
ଗତକାଲି ରାତିରେ ସେ ମଦ ନିଶାରେ ଆସି ସ୍ତ୍ରୀ ସହ ଝଗଡ଼ା କରିଥିଲେ। ଅତିଷ୍ଠା ସ୍ତ୍ରୀ ଏହାର ପ୍ରତିବାଦ କରିଥିଲେ। ବାସ୍ ଏତିକିରେ ଅର୍ଜୁନର ରାଗ ଚଢ଼ି ଯାଇଥିଲା। ସେ ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ଯା କରିଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଡମ୍ବରୁଧର ନାଏକ