ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ ଏ ଯାଏଁ କେତେଜଣ ଧରାପଡ଼ିଲେଣି ମଦୁଆ ଚାଳକ

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଧରାପଡିଥିବା ମଦୁଆ ଚାଳକଙ୍କ ସଂଖ୍ୟା ଆଜି ପ୍ରକାଶ ପାଇଛି | ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କେତେଜଣ ମଦୁଆ ଚାଳକ ଏଯାଏଁ ଧରାପଡ଼ିଛନ୍ତି ତାହାର ହିସାବ ଜାଣନ୍ତୁ |
ସେପ୍ଟେମ୍ବର ମାସରୁ ନଭେମ୍ବର ମାସ ଯାଏଁ କଟକ ଜିଲ୍ଲାରେ ୬୪ ଜଣ, ଜଗତସିଂହପୁର ଜିଲ୍ଲାରେ ୧୧୭ ଜଣ, ଯାଜପୁରରେ ୮୬୬ ଜଣ, କେନ୍ଦ୍ରାପଡାରେ ୩୪ ଜଣ, ପୁରୀରେ ୧୧ ଜଣ, ନୟାଗଡ଼ରେ ୩୯ ଜଣ, ଖୋର୍ଦ୍ଧାରେ ୧୧୭ ଜଣ, ବାଲେଶ୍ୱରରେ ୧୦୨ ଜଣ, ଭଦ୍ରକରେ ୧୯୮ ଜଣ, ମୟୁରଭଞ୍ଜରେ ୧୦୬୧ ଜଣ, ସମ୍ବଲପୁରରେ ୨୭୬ ଜଣ, ବରଗଡ଼ରେ ୬୯ ଜଣ, ଝାରସୁଗୁଡାରେ ୫୫ ଜଣ, ବଲାଙ୍ଗୀରରେ ୧୧୫ ଜଣ, ସୋନପୁରରେ ୫୧ ଜଣ ମଦୁଆ ଚାଳକ ଧରାପଡ଼ିଛନ୍ତି |

 

ସେହିପରି ଦେବଗଡ଼ରେ ୬୬ ଜଣ, ଢେଙ୍କାନାଳରେ ୩୩୫ ଜଣ, ଅନୁଗୁଳରେ ୫୫୯ ଜଣ, ଗଞ୍ଜାମରେ ୧୭୯୯ ଜଣ, ଗଜପତିରେ ୨୫୬ ଜଣ, ବ୍ରହ୍ମପୁରରେ ୨୬୧ ଜଣ, କନ୍ଧମାଳରେ ୨୨୦ ଜଣ, ବୌଦ୍ଧରେ ୮୮ ଜଣ, କୋରାପୁଟରେ ୨୦୦ ଜଣ, ନବରଙ୍ଗପୁରରେ ୧୬୯ ଜଣ ଧରାପଡ଼ିଛନ୍ତି | ରାୟଗଡାରେ ୧୧୨ ଜଣ, ମାଲକାନଗିରିରେ ୧୨୩ ଜଣ, କଳାହାଣ୍ଡିରେ ୨୮୪ ଜଣ, ନୂଆପଡାରେ ୯୩ ଜଣ, ସୁନ୍ଦରଗଡ଼ରେ ୩୨୭ ଜଣ, କେଉଁଝରରେ ୧୮୬ ଜଣ, ରାଉରକେଲାରେ ୧୬୫ ଜଣ, ଭୁବନେଶ୍ୱର ୟୁପିଡ଼ିରେ ୨୦ ଜଣ ଓ କଟକ ୟୁପିଡ଼ିରେ ୧୪୭ ଜଣ ଧରାପଡ଼ିଛନ୍ତି |
ଏହି ତାଲିକାରେ ସର୍ବାଧିକ ମଦୁଆ ଚାଳକଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲା ରହିଥିବାବେଳେ ପୁରୀରେ ସର୍ବନିମ୍ନ ୧୧ ଜଣ ଧରାପଡ଼ିଛନ୍ତି |

ସମ୍ବନ୍ଧିତ ଖବର