ଡିଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ବଦଳି

କଟକ : ଓଡ଼ିଶା ପୁଲିସରେ ଆଜି ଡିଏସ୍‌ପି ଓ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀମାନଙ୍କ ଏକ ବଡ଼ଧରଣର ଅଦଳବଦଳ ହୋଇଛି। ପଦୋନ୍ନତି ଦିଆଯିବା ପରେ କିଛି ଡିଏସ୍‌ପିଙ୍କ ବଦଳି ହୋଇଛି।

ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଭିଜିଲାନ୍‌ସ ଇନ୍ସପେକ୍ଟର ସୁରେନ୍ଦ୍ରନାଥ ରା‌ୟଗୁରୁଙ୍କୁ ଡିଏସପି ଭିଜିଲାନ୍‌ସ, ଗଂଜାମର ଅଜୟ କୁମାର ମିଶ୍ରଙ୍କୁ ଡିଏସ୍‌ପି ଡିଆଇବି, ଗଂଜାମ, ଗୁଇନ୍ଦା ଇନ୍ସପେକ୍ଟର ବିଚିତ୍ରାନନ୍ଦ ସାମଲଙ୍କୁ ଏସିପି କମିସନରେଟ୍‌, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମନୋଜ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚ ଡିଏସ୍‌ପି, ଢେଙ୍କାନାଳର ଇନ୍ସପେକ୍ଟର ରଂଜନ କୁମାର ଦେଙ୍କୁ ଏସ୍‌ଡିପିଓ କାମାକ୍ଷାନଗର, ଭଦ୍ରକର ଇନ୍ସ‌ପେକ୍ଟର ନବକୃଷ୍ଣ ନାୟକଙ୍କୁ ଏସିପି କମିସନରେଟ ପୁଲିସ, ରାୟଗଡ଼ାର ଜୟଶ୍ରୀ ପ୍ରଧାନଙ୍କୁ ଡିଏସ୍‌ପି କେନ୍ଦୁଝର, ସମ୍ବଲପୁର ଇନ୍ସପେକ୍ଟର ଚିନ୍ତାମଣି ପ୍ରଧାନଙ୍କୁ ଏସ୍‌ଡିପିଓ ଆଠମଲ୍ଲିକ ଭାବେ ବଦଳି କରାଯାଇଛି। ଡିଏସ୍‌ପି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଏସ୍‌ଡିପିଓ ରେଢ଼ାଖୋଲ, ଡିଏସ୍‌ପି ହୃଷିକେଶ ମେହେରଙ୍କୁ ଏସ୍‌ଡିପିଓ କଣ୍ଟାବାଞ୍ଜି, ଏସ୍‌ଡିପିଓ ପଦ୍ମପୁର ପ୍ରଦୀପ କୁମାର ସାହୁଙ୍କୁ ଏସ୍‌ଡିପିଓ ସମ୍ବଲପୁର ସଦର, ଡିଏସ୍‌ପି ଅନିଲ କୁମାର ବେଉରିଆଙ୍କୁ ଏସ୍‌ଡିପିଓ ଆନନ୍ଦପୁର, ନୟାଗଡ଼ର ଡିଏସ୍‌ପି ସୁଦର୍ଶନ ଦାସଙ୍କୁ ଏସ୍‌ଡିପିଓ ବେତନଟୀ, ଖୋର୍ଦ୍ଧାର ଡିଏସ୍‌ପି କୃଷ୍ଣଚନ୍ଦ୍ର ପଲାଇଙ୍କୁ ଏସିପି କମିସନରେଟ, ଗଂଜାମର ଡିଏସ୍‌ପି ଶିବଶଙ୍କର ମହାପାତ୍ରଙ୍କୁ ଏସିପି କମିସନରେଟ ଭାବେ ବଦଳି କରାଯାଇଛି।

ସେହିଭଳି ଅତିରିକ୍ତ ଏସ୍‌ପି ପାହ୍ୟାର ଯାଜପୁର ଡିଆଇବିର ଅତିରିକ୍ତ ଏସ୍‌ପି ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ଅତିରିକ୍ତ ଏସ୍‌ପି ଭିଜିଲାନ୍‌ସ, କନ୍ଧମାଳର ଅତିରିକ୍ତ ଏସ୍‌ପି ହେମନ୍ତ କୁମାର ପାଢ଼ୀଙ୍କୁ ଅତିରିକ୍ତ ଏସ୍‌ପି ସୋନପୁର, ଅତିରିକ୍ତ ଏସ୍‌ପି ଦେବଦତ୍ତ ସେଠଙ୍କୁ ଅତିରିକ୍ତ ଏସ୍‌ପି ଭିଜିଲାନ୍‌ସ, ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପଙ୍କୁ ମାଲାକାନଗିରିର ଅତିରିକ୍ତ ଏସ୍‌ପି, ଅତିରିକ୍ତ ଏସ୍‌ପି ବିମଳେନ୍ଦୁ ଶତପଥୀଙ୍କୁ ଓଏଚ୍‌ଆର୍‌ସି ଭୁବନେଶ୍ବରରୁ ଭିଜିଲାନ୍‌ସ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି। ଅତିରିକ୍ତ ଏସ୍‌ପି ତଥା ଭବାନୀପାଟଣା ସଦର ଏସ୍‌ଡିପିଓଙ୍କୁ ଅତିରିକ୍ତ ଏସ୍‌ପି ଗଂଜାମକୁ ବଦଳି କରାଯାଇଛି। ଏସିପି କମିସନରେଟ ପୁଲିସ ତରୁଣ କୁମାର ଦାସଙ୍କୁ ଅତିରିକ୍ତ ଡିସିପି କମିସନରେଟ୍‌ ପୁଲିସ, ଡିଏସ୍‌ପି ଭିଜିଲାନସ ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କୁ ଅତିରିକ୍ତ ଏସ୍‌ପି ଭିଜିଲାନ୍‌ସ, ରାଉରକେଲା ଡିଆଇବିର ଅତିରିକ୍ତ ଏସ୍‌ପି ଲମ୍ବୋଦର ବୁଡ଼ାଙ୍କୁ ଅତିରିକ୍ତ ଏସ୍‌ପି ଝାରସୁଗୁଡା, ସୋନପୁରର ଅତିରିକ୍ତ ଏସ୍‌ପି ଉତ୍କଳକେଶରୀ ଦାସଙ୍କୁ ଅତିରିକ୍ତ ଏସ୍‌ପି କୋରାପୁଟ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର