ଡିଏସ୍‌ପି ପାହ୍ୟାରେ ଅଦଳବଦଳ : କମିସନରେଟକୁ ୪ ଆସିଲେ, ୬ ଗଲେ

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ଡିଏସ୍‌ପି ପାହ୍ୟାର ୪୨ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ କମିସନରେଟ୍‌ ପୁଲିସ୍‌ର ୬ଜଣଙ୍କୁ ବିଭିନ୍ନ ଜିଲ୍ଲାର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ତେବେ ଅନ୍ୟ ଜିଲ୍ଳାରୁ ମାତ୍ର ୪ଜଣଙ୍କୁ ସେମାନଙ୍କ ବଦଳରେ ଅଣାଯାଇଛି। ଏସିପି ନିମାଇଁ ଚରଣ ସେଠୀ ଗଞ୍ଜାମ ପୁରୁଷୋତ୍ତମପୁରକୁ, ଶୁଭେନ୍ଦୁ ସିହ୍ନା ପୁରୀ ସଦରକୁ, କିଶୋର ଚନ୍ଦ୍ର ମୁଣ୍ତ ନବରଙ୍ଗପୁରକୁ, ଅତନୁ କୁମାର ରାଉତ ଖୋର୍ଦ୍ଧାକୁ, ଦେବୀଶଙ୍କର ପ୍ରତାପ ଗୁଇନ୍ଦାକୁ ଓ ପ୍ରମୋଦ କୁମାର ରଥ କ୍ରାଇମ୍‌ବ୍ରାଞ୍ଚକୁ ବଦଳି ହୋଇଛନ୍ତି। ଏମାନଙ୍କ ସ୍ଥାନରେ ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଜଗତସି˚ହପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି ଅନିରୁଦ୍ଧ ରାଉତରାୟ, ବାଲେଶ୍ବର ଡିଏସ୍‌ପି ସତ୍ୟର˚ଜନ ମଲ୍ଲିକ, ରାଉରକେଲା ପିସିଆର‌୍‌ ସେଲ୍‌ ଡିଏସ୍‌ପି ଶୁଭ୍ର ନାରାୟଣ ମୁଦୁଲି କମିସନରେଟ୍‌ ପୁଲିସ୍‌କୁ ବଦଳି ହୋଇ ଆସିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଦୀପକ ର˚ଜନ ଜେନା ତିର୍ତ୍ତୋଲକୁ, ସୁଦର୍ଶନ ଦାଶ ଜଳେଶ୍ବରକୁ, ରବୀନ୍ଦ୍ର କୁମାର ଜେନା ଯାଜପୁରକୁ, ଶୁଭ୍ରା˚ଶୁ ଶେଖର ମିଶ୍ର ଛତ୍ରପୁରକୁ, ଶ୍ରୀହର୍ଷ ମିଶ୍ର ଢେଙ୍କାନାଳ ସଦରକୁ, ସୁଶୀଲ କୁମାର ମିଶ୍ର ଖୋର୍ଧାକୁ, ସୁରେନ୍ଦ୍ର ନାଥ ମୁର୍ମୁ ଚିକିଟିକୁ, ଅବଦୁଲ କରିମ ଆଠମଲ୍ଲିକକୁ, ଆଲ୍‌ବିନସ୍‌ କେର୍କେଟା ଫୁଲବାଣୀ ସଦରକୁ, ତପନ ନାରାୟଣ ରଥ ରାୟଗଡ଼ାକୁ, ରାଜକିଶୋର ଦାଶ ଗୁଣୁପୁରକୁ, ନାରାୟଣ ଚନ୍ଦ୍ର ବାରିକ କଳାହାଣ୍ତିକୁ, ସିଲ୍‌ଭେରିଅସ୍‌ ଟପ୍ପୋ ନୟାଗଡ଼ ଶରଣକୁଳକୁ, ବିରଞ୍ଚି ପ୍ରସାଦ ଦେହୁରୀ ନୂଆପଡ଼ା ଖରିଆରକୁ, ଅଶ୍ବିନୀ କୁମାର ନାୟକ କୋରାପୁଟ ଲକ୍ଷ୍ମୀପୁରକୁ, ଶିବଚରଣ ମଲ୍ଲିକ ଜଗତସି˚ହପୁରକୁ, ଦିଲ୍ଲୀପ କୁମାର ତ୍ରିପାଠୀ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ, ପ୍ରକାଶ ଚନ୍ଦ୍ର ଜେନା ଗଜପତିକୁ, ଯୁଗଳ କିଶୋର ଦାସ ଖୋର୍ଦ୍ଧାକୁ, ଅନୀଲ କୁମାର ପ୍ରଧାନ ଗଜପତିକୁ, ରାମଚନ୍ଦ୍ର ଗୌଡୁ ବାଲେଶ୍ବରକୁ, ପ୍ରକାଶ ଜେମ୍ସ ଟପ୍ପୋ କେନ୍ଦୁଝର ସଦରକୁ, ଅଶ୍ବିନୀ କୁମାର ସାହୁ ଅନୁଗୁଳକୁ, ରାମକୃଷ୍ଣ ପତି ବ୍ରହ୍ମପୁରକୁ, ଉମାକାନ୍ତ ମଲ୍ଲିକ ଗୁଇନ୍ଦାକୁ, ଅଶୋକ କୁମାର ଷଡ଼ଙ୍ଗୀ ବୌଦ୍ଧ ପିସିଆର‌୍‌ ସେଲ୍‌କୁ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଭିଜିଲାନ୍ସକୁ, ଶଙ୍କର୍ଷଣ ଦୋରା ଅନୁଗୁଳ ପିଟିସିକୁ, ନିବେଦିତା ସୋରେନ୍‌ ସୁନ୍ଦରଗଡ଼କୁ, ବଟକୃଷ୍ଣ ମିଶ୍ର ରାୟଗଡ଼ାକୁ, ଓମ୍‌ ପ୍ରକାଶ ପାତ୍ର ଖୋର୍ଦ୍ଧାକୁ, ଗୌତମ କୁମାର ମଲ୍ଲିକ ଭଦ୍ରକକୁ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର