ବାଙ୍ଗିରିପୋଷି: ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ ଦୁଆରଶୁଣି ଘାଟି ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଅକାରଣରେ ବହୁ ଜୀବନ ଚାଲି ଯାଉଛି ।
ସୋମବାର ସନ୍ଧ୍ୟା ସମୟରେ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପ ଓ ପୁଅଙ୍କ ମୁଣ୍ଡ ଉପରେ ମାଡ଼ି ଯାଇଛି ଅଜଣା ଟ୍ରକ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି।
ଘଟଣାରୁ ଜଣାଯାଏ ବହଳଦା ଥାନା ଖେଜୁରିତାଣ୍ଡି ସୋସୋ ଗ୍ରାମର ଏମଡି ଲୁକେମାନ ଓ ପୁଅ ଏସକେ ସାହିଲ ନିଜ ବୁଲେଟ ମୋଟର ସାଇକେଲ ନଂ ଓଡି୧୧ପି ୬୨୩୨ ଯୋଗେ ବାରିପଦା ଆସୁଥିଲେ।
ଅଧିକ ପଢ଼ନ୍ତୁ: ବଦଳିବ ପାଣିପାଗ,ତାତିରୁ ମିଳିବ ତ୍ରାହି,ଗରମରେ ବ୍ରେକ୍ ଲଗାଇବ କାଳବୈଶାଖୀ
ଦୁଆରଶୁଣି ଘାଟିରେ ଅଜଣା ଟ୍ରକ ସହିତ ଧକ୍କା ହେବାରୁ ଟ୍ରକଟି ଉଭୟଙ୍କ ମୁଣ୍ଡ ଉପରେ ମାଡିଯାଇଥିଲା। ଫଳରେ ଉଭୟ ବାପ ଓ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଛି।
ବାରିପଦାରୁ ପରିବାର ଲୋକେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଟ୍ରକଟି କେଉଁ ପଟେ ଯାଇଛି ଜଣାପଡ଼ିନାହିଁ। ବିଶୋଇ, ଝାରପୋଖରିଆ ଓ ବାଙ୍ଗିରିପୋଷି ପୁଲିସ ଟ୍ରକଟିକୁ ଖୋଜୁଛନ୍ତି।
ଅଧିକ ପଢ଼ନ୍ତୁ: ବାରଣ ସତ୍ତ୍ବେ ମନ୍ଦିର ପାଖ ହୋଟେଲରେ ମଦ ପିଇବା ମାଂସ ଖାଇବା ଓରିଙ୍କୁ ମହଙ୍ଗା ପଡ଼ିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/17/G326iAud4CXJml3Gt7dk.jpg)