କାଳିଆପାଣି : କଟକ ବନଖଣ୍ଡ ଟମକା ରେଞ୍ଜ୍ ଅନ୍ତର୍ଗତ ମହାଗିରି ପର୍ବତମାଳାରେ ରହୁଥିବା ୧୧ ଟିକିଆ ହାତୀପଲ ଏବେ ଟମକା ସରକାରୀ ହାଇସ୍କୁଲ ଓ ଗାଁ ପାଖାପାଖି ଇଲାକାରେ ବିଚରଣ କରୁଥିବା ସୂଚନା ମିଳିଛି। ଏହି ଦଳରେ ୨ଟି ଦନ୍ତା, ୬ଟି ମାଈହାତୀ ଓ ୩ଟି ଛୁଆହାତୀ ରହିଥିବା ରେଞ୍ଜର ବଳରାମ ସାହୁ ସୂଚନା ଦେଇଛନ୍ତି।

Advertisment

ଜଙ୍ଗଲରେ ଏବେ ପାଣି ସଂକଟ ଥିବାରୁ ହାତୀପଲ ମାଙ୍କଡ଼ ଚୁଆ ଝରଣା ଆଡ଼କୁ ପଳାଇ ଆସିବା ସହ ଏଠାରେ ମାଟିରେ ନିର୍ମିତ ଆଡ଼ିବନ୍ଧ(ଗ୍ରେଡେଡ୍‌ ବଣ୍ଡ)କୁ କ୍ଷତିଗ୍ରସ୍ତ କରିଥିବା ଡୁବୁରି ବନପାଳ ଗଣେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହି ଅଞ୍ଚଳରେ ଟମକା ରେଳ ଷ୍ଟେସନ ଓ ରେଳ ଧାରଣା ଥିବାରୁ ବିଭାଗୀୟ ତତ୍ପରତା ବଢ଼ିଯିବା ସହ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ବନପାଳ ଶ୍ରୀ ଦାସ କହିଛନ୍ତି। ଗତ ସପ୍ତାହରେ ହାତୀପଲ ପାଣି ପାଇଁ ଜନବସତି ଓ ଗାଁ ଆଡ଼କୁ ମୁହାଁଉଥିବା ଜାଣି ରାଇଘାଟି, ଚମ୍ପାଝର, ଉପର ଟମକା, ଟମକା ବଜାର, ପାଟବାଲି, ଦେଉଳକଣ, ମହୁଲମୂଳ, ଫୁଲଝର, ତାରି, ଦୁର୍ଗାପୁର ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ସ୍କ୍ବାଡ୍ ଏଥିପ୍ରତି ସତର୍କ ଥିବା ଟମକା ବନପାଳ ଚିତ୍ତରଞ୍ଜନ ବିଶ୍ବାଳ ମତ ଦେଇଛନ୍ତି।