ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି। ଟିକା ଅଭାବ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିଛି । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି।
ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି। ଆସନ୍ତା ୨ ଦିନ ମଧ୍ୟରେ ଆଉ ଟିକା ଆସିବା ସମ୍ଭାବନା ରହିଛି। ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ରାଜ୍ୟ ସରକାର ଅର୍ଡର କରିଛନ୍ତି। ଯଦି ଟିକା ପହଞ୍ଚେ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଟିକା ଅଭାବ ଥିବାରୁ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2021/05/Vaccination-Going-on-in-256-Centres-Only_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)