ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସରକାରୀ କାର୍ଯ୍ୟବେଳେ ଲାଞ୍ଚ ନ ନେବାକୁ ଆଜି ଶପଥ ନେଇଛନ୍ତି ସରକାରୀ କର୍ମଚାରୀ | ଦୁର୍ନୀତି ବିରୋଧରେ ଆଜି ଶପଥପାଠ ନେବା ସହ ଦୁର୍ନୀତିକୁ କେବେ ବି ପ୍ରଶୟ ନ ଦେବାକୁ ପଣ କରିଛନ୍ତି | ଲୋକସେବା ଭବନର ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ଅଧିକାରୀ ଶପଥ ନେଇଛନ୍ତି | ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ସଚିବଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ଶପଥ ନେଇଛନ୍ତି । ଲାଂଚ ନନେବାକୁ ହଲପନାମା କରିଛନ୍ତି ।

ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଯେଭଳି ଦୁର୍ନୀତିର ଛିଟା ନ ଲାଗେ ସେଥି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି | ନିଜର କାର୍ଯ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ଯ୍ୟ କରିବାକୁ ଆଜି ଶପଥ ନେଇଛନ୍ତି |

ଏଠାରେ ସୂଚନା ଥାଉ କି ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ | କୌଣସି ସରକାରୀ ଅଧିକାରୀ ଦୁର୍ନୀତି କରୁଥିଲେ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ |

ସମ୍ବନ୍ଧିତ ଖବର