ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ ଶନିବାର ଉଦ୍‌ଘାଟିତ ହେବ। ଏହି ଉତ୍ସବ ବୁଧବାର ପର୍ଯ୍ୟନ୍ତ ଚାଲିବ। ଦୁଇ ବର୍ଷ ଧରି କରୋନା ଯୋଗୁଁ ବନ୍ଦ ରହିଥିବା ଏହି ମହୋତ୍ସବ ପ୍ରତିବର୍ଷ ଜାନୁଆରି ୧ ତାରିଖରୁ ହୋଇଥାଏ। ମାତ୍ର ଚଳିତ ବର୍ଷ ବିଶ୍ବ କପ୍‌ ହକି ପାଇଁ ଏହି ଉତ୍ସବକୁ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏଥର ଏହି ଉତ୍ସବ ମନମୋହନ ସ୍କୁଲ ପଡ଼ିଆ ବଦଳରେ ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଉଛି। ଦୁଲଦୁଲି ଉତ୍ସବ ସଂପର୍କରେ ଜିଲ୍ଲାପାଳ ସରୋଜ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।

Advertisment

ଜିଲ୍ଲା ଉତ୍ସବ ସହିତ ପଲ୍ଲୀଶ୍ରୀ ମେଳା ଓ କୃଷି ମେଳାର ଆୟୋଜନ କରାଯାଇଥିବା ‌ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ସାଂସ୍କୃତିକ ଶୋଭାଯାତ୍ରା ସହିତ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ବହୁ କଳାକାର ତାଙ୍କ କଳା ପ୍ରଦର୍ଶନ କରିବେ। ଏହାକୁ ଜିଲ୍ଲାବାସୀ ସଂପୂର୍ଣ୍ଣ ଉପଭୋଗ କରିବେ ବୋଲି ଜିଲ୍ଲାପାଳ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ତପିରାମ ମାଝୀ, ତାପସ ରାୟ ଚୌଧୁରୀ ଉପସ୍ଥିତ ଥିଲେ।