କୁଳିଅଣା: ଆଜି ସନ୍ଧ୍ୟାରେ କୁଳିଅଣା ଉପକଣ୍ଠ ତିତିରି ନିକଟସ୍ଥ ୧୮ ନଂ ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଏକ ଡମ୍ପରକୁ ପଛରୁ ଧକ୍କା ଦେଇଥିଲା କାର୍। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାୟୀ; ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଡମ୍ପର (ଓଆର-୦୫ଏଭି-୯୩୭୭) ପଛରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଏକ କାର୍ (୧୧-ଜେଡ୍-୨୮୩୯)।
ଫଳରେ କାର୍ର ସମ୍ମୁଖ ଭାଗ ଭାଙ୍ଗି ଚୂର୍ମାର୍ ହୋଇଯାଇଛି ଓ କାର୍ ଚାଳକ ଅଭିଷେକ ପଣ୍ଡା (୩୦)। ତାଙ୍କ ଘର ବାରିପଦା ରାଘୁନାଥପୁରରେ ବୋଲି ଜଣାପଡ଼ିଛି। କୁଳିଅଣା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।