ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରୁ ଏକ ଭେଜାଲ ଅଏଲ୍ କାରଖାନାକୁ ବଡ଼ ବଜାର ପୁଲିସ ଠାବ କରିଛି। ସେଠାରୁ ବିପୁଳ ପରିମାଣର ନକଲି ଅଏଲ୍ ସହ କଞ୍ଚାମାଲ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ପ୍ରକାରେ ବଡ଼ବଜାର ଥାନା ସମ୍ମୁଖ ଗଳିର ଏକ ଭଡ଼ା ଘରେ ଏହି କାରଖାନା ଅନେକ ଦିନ ହେଲା ଚାଲୁଥିବା ପୁଲିସକୁ ଖବର ମିଳିଥିଲା। ସେହି କ୍ରମରେ ଏସ୍ଆଇ ରଞ୍ଜିତ ଦାସଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ସେହି ଭଡ଼ା ଘରେ ଅଚାନକ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେହି ଘରୁ ବିପୁଳ ପରିମାଣର ଭେଜାଲ ଅଏଲ ଡବା ସହ କଞ୍ଚାମାଲ ଜବତ ହୋଇଥିଲା ।
ଏହି ଭେଜାଲ କାରଖାନା ଚଳାଉଥିବା ୩ ଜଣଙ୍କୁ ପୁଲିସ କାବୁ କରିଥିଲା। ପୁଲିସ ସେହି ଘରୁ ପୋଡା ଅଏଲ ସମେତ ଖାଲି ବୋତଲ, ଠିପି, ବିଭିନ୍ନ କମ୍ପାନିର ଲେବେଲ ଆଦି ଜବତ କରିଛି। ପୋଡ଼ା ଅଏଲ୍ ବ୍ୟବହାର କରାଯାଇ ବିଭିନ୍ନ କମ୍ପାନି ନାମରେ ଅଏଲ ବୋତଲ ପ୍ରସ୍ତୁତ କରାଯିବା ପରେ ସେ ଗୁଡ଼ିକୁ ବ୍ରହ୍ମପୁର ସହର ସମେତ ଗ୍ରାମାଞ୍ଚଳକୁ ପଠା ଯାଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dfhfhfhf.jpg)