କଟକରେ ଜବତ ନକଲି ସୁବାଷ ଘିଅ ପୋତା ହେଲା

କଟକ: ପୋତାହେଲା ଜବତ ନକଲି ଘିଅ । ଘିଅର ବ୍ରାଣ୍ଡ ଅସଲି ଥିବା ବେଳେ ନକଲି ଥିଲା ମାଲ। କଟକ ଜଗତପୁରରେ ସୁବାଷ ଘିଅ ଉପରେ ପୁଲିସ କିଛି ଦିନ ପୂର୍ବେ ଚଢଉ କରି ଅପମିଶ୍ରିତ ସସ୍ ଓ ଘିଅ ଜବତ କରିଥିଲା ପୁଲିସ । ଆଜି ସେହି ସାମଗ୍ରୀ ଗୁଡ଼ିକୁ ପୁଲିସ ମାଟିରେ ପୋତି ନଷ୍ଟ କରିଛି । କିଛି ଦିନ ତଳେ କମ୍ପାନିର ମୁଖ୍ୟ ସୁବାଷ ନାୟକଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଜି ପୂର୍ବ ଜବତ ସାମଗ୍ରୀକୁ ମାଟିରେ ପୋତି ନଷ୍ଟ କରିଛି ।

ଗ୍ରାହକଙ୍କ ବିଶ୍ବାସ ଜିତିବା ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ପ୍ରସାରଣ କରୁଥିଲା । ଲୋକେ ବି ସୁବାଷ ଘିଅକୁ ଅସଲି ମନେ କରି କିଣି ନେଉଥିଲେ । ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି କାରବାର କରୁଥିଲା ଏହି ସଂସ୍ଥା ।

ସମ୍ବନ୍ଧିତ ଖବର