ନକଲି ସୁନା ଦେଇ ଦୋକାନୀକୁ ଭୁଆଁ ବୁଲାଉ ଥିବା ବେଳେ ଜଣେ ଅଟକ; ଦୁଇ ଫେରାର, କାର ଜବତ୍

ଚାନ୍ଦବାଲି: ସୁନା ଦର ଏତେ ମାତ୍ରାରେ ବୃଦ୍ଧି ହୋଇଛି ଯେ ଯିଏ ଶୁଣିବ, ସିଏ ହାତେ ବାଟ ପଛାଇ ଯିବ। ହେଲେ ବଜାର ମୂଲ୍ୟ ଠାରୁ ବହୁତ କମ୍ ଦରରେ ସୁନା ବିକ୍ରି କରି ଦେଇଥିବା ବେଳେ ଏହା ନକଲି ଜଣାହେବା ପରେ ଯୁବକ ଜଣକ ହଟହଟା ହେବାକୁ ପଡ଼ିଛି। ଭଦ୍ରକ ଜିଳ୍ଲା ଚାନ୍ଦବାଲି ଥାନା ମତୋ ବଜାରରେ ଆଜି ୩ଜଣ ବ୍ୟକ୍ତି ଏକ ବାଇକ୍‌ (ଓଡ଼ି ୦୨ବିଏଚ୍‌-୨୭୪୨)ରେ ଆସି ସୁନା ବିକ୍ରି କରୁଥିଲେ। ମାତ୍ର ଦୋକାନୀ ଏହି ସୁନାକୁ ପରୀକ୍ଷା ନିରୀକ୍ଷା କରି ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ପରେ ଦୋକାନୀ ଏ ସମ୍ପର୍କରେ ଅନ୍ୟ ସୁନା ଦେକାନୀକୁ ଜଣାଇଥିଲେ।

ତେବେ ଏସମ୍ପର୍କରେ ତନା ଘନା କରିବାକୁ ଏହାର ସୁଯୋଗରେ ୩ଜଣଙ୍କ ମଧ୍ୟରୁ ଦୁଇ ଜଣ ଘଟଣାସ୍ଥଳୁ ଚମ୍ପଟ ମାରିଥିଲେ। ଖବର ନେବାରୁ ଜଣାଯାଏ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇ କଟକ ଜିଲ୍ଲା ସାଲେପୁର ଅଂଚଳର ୩ଜଣ ଯୁବକ ନିଜର ୩୮ ଗ୍ରାମ ସୁନା ବିକ୍ରି କରିବା ଉଦ୍ଦେଶ୍ୟରେ ମତୋ ବଜାରରେ ଥିବା ସୁବୋଧ ସାହୁଙ୍କ ସୁନା ଦୋକାନକୁ ଯାଇଥିବା ବେଳେ ସୁନା ବିକ୍ରି କରିବା ପରେ ଟଙ୍କା ପାଇଁ ତରତର ହେଉଥିଲେ।

ମାତ୍ର ଦୋକାନୀର ଉପସ୍ଥିତ ବୁଦ୍ଧି ପାଇଁ ସୁନାକୁ କାଟି ପରୀକ୍ଷା କରିଥିଲେ। ଏହା ନକଲି ବୋଲି ଜଣାପଡ଼ିତିଲା। ଠକାମୀରୁ ବଂଚିତ ରହିଥିବା ବେଳେ ନକଲି ସୁନା ଦେଇ ଠକିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିକୁ ଧରି ଥାନାରେ ଜିମା ଦେଇଥିଲେ। ଏସମ୍ପର୍କରେ ଚାନ୍ଦବାଲି ପୁଲିସ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ଏଠାରେ ସୁଚନାଯୋଗ୍ୟ ଗତ କିଛି ଦିନ ତଳେ ଚାନ୍ଦବାଲିରେ ଏକ ସୁନା ଦୋକାନରେ ଏହି ପରି ଜଣେ ଯୁବକ ନକଲି ସୁନା ଦେଇ ଠକି ଦେଇଥିବା ବେଳେ ପୁଣି ମତୋରେ ନକଲି ସୁନା ଦେଇ ଧରାପଡ଼ିବା ପରେ ଏହା ପଛରେ ଏକ ବଡ଼ ରାକେଟ ରହିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର