ଭୁବନେଶ୍ବର: ଲେବୁଲ ଅସଲି। ଭିତରେ ମାଲ୍ ନକଲି। ଇଞ୍ଜିନ ଅଏଲ୍ ଡବା ଭିତରେ ପୋଡ଼ା ମୋବିଲ। ବ୍ୟବସାୟ ପାଇଁ ଗ୍ରାହକ କିମ୍ବା ଦୋକାନୀ ନୁହେଁ, ବରଂ ଗ୍ୟାରେଜ୍ ମାଲିକଙ୍କ ସହ ଅଲିଖିତ ଚୁକ୍ତି। ୨୦ ଟଙ୍କାର ପୋଡ଼ା ମୋବିଲରେ ଭଳିକି ଭଳି ବ୍ରାଣ୍ଡେଡ୍ ଇଞ୍ଜିନ ଅଏଲ୍। ଡବାରେ ପଶିବା ପରେ ୧୨ ଗୁଣ ଦର। ବର୍ଷ ବର୍ଷ ଧରି ଏଭଳି ବେପାର ଚାଲିବା ପରେ ଆଜି କମିସନରେଟ୍ ପୁଲିସ କାରଖାନା ଉପରେ ଚଢ଼ଉ କରିଛି। ମଞ୍ଚେଶ୍ବର ସମେଇଗାଡ଼ିଆ ଅଞ୍ଚଳରେ ଥିବା ଏହି କାରଖାନାରୁ ୧୩ ହଜାର ଲିଟର ତେଲ ଜବତ ହୋଇଛି। ଏଥିରେ ୭୦ ଡ୍ରମ୍ ମୋବିଲ, ୫୦ ଡ୍ରମ୍ କିରାସିନି ଓ ୧୦ ଡ୍ରମ୍ ଟ୍ରାନ୍ସ୍ଫର୍ମର ଅଏଲ୍ ଜବତ ହୋଇଛି। ଏଥି ସହିତ ଓଜନ ମେସିନ୍, ପ୍ୟାକିଂ ମେସିନ୍, ଖାଲି ଡ୍ରମ୍ ଓ ବ୍ରାଣ୍ଡେଡ୍ ଡବା ପ୍ରଭୃତି ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ବାବାଜୀ ସାହୁ ଓ ତା’ର ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। କ୍ୟୁଏଟି ସୂଚନା ପାଇ ଚଢ଼ଉ କରିବା ପରେ ଅଭିଯୁକ୍ତ ମଞ୍ଚେଶ୍ବର ଥାନା ପୁଲିସକୁ ହସ୍ତାନ୍ତର କରିଛି।/sambad/media/post_attachments/wp-content/uploads/2020/09/fdh7dgj7dg7j98dgjdgjgdjgdj-300x139.jpg)
ସୂଚନା ମୁତାବକ, ବାଇକ୍ ଓ କାର୍ରେ ବ୍ୟବହୃତ ଲୁବ୍ରିକାଣ୍ଟ ଏଠାରରେ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍ରୁ ଖାଲି ଡବା ସଂଗ୍ରହ କରାଯିବା ସହ ବିଭିନ୍ନ ବ୍ରାଣ୍ଡର ଡବା କଲିକତାରେ ପ୍ରସ୍ତୁତ ହୋଇ ଆସୁଥିଲା। ଏଠାରେ ପୋଡ଼ା ମୋବିଲ ଓ ଟ୍ରାନ୍ସ୍ଫର୍ମର ଅଏଲ ମିଶ୍ରଣ କରାଯାଇ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍ ସହ ସହବନ୍ଧନ ରହିଥିଲା। ଗ୍ୟାରେଜ୍ ମାଲିକ ଏହି ନକଲି ମାଲ୍କୁ ଅସଲ ଦରରେ ବିକ୍ରି କରୁଥିଲା। ଗ୍ୟାରେଜ୍ର ଆବଶ୍ୟକତା ଅନୁସାରେ ମାଲ୍ ପହଞ୍ଚାଇ ଦିଆଯାଉ ଥିଲା। ଭୁବନେଶ୍ବର ସମେତ ଉପକଣ୍ଠରେ ଅଧିକ ପରିମାଣରେ ଏହି ନକଲି ବିକ୍ରି ହେଉଥିଲା। ପୁରୀ, କଟକ ମଧ୍ୟ ପଠା ଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ନେଇ ଅଧିକ ପଚରା ଉଚରା ଚାଲିଛି।
୨୦୧୭ ମସିହାରେ ଏହି ଅଞ୍ଚଳରୁ ନକଲି ଇଞ୍ଜିନ୍ ଅଏଲ୍ କାରଖାନା ଠାବ ହୋଇଥିଲା। ବିପୁଳ ପରିମାଣର ଇଞ୍ଜିନ୍ ଅଏଲ୍, ଡବା, ଷ୍ଟିକର ପୁଲିସ ଜବତ କରିବା ସହ ବେପାରୀକୁ ଗିରଫ କରିଥିଲା। କିଛି ଦିନ ବନ୍ଦ ରହିବା ପରେ ଏଠାରେ ପୁଣି ଥରେ ଦୀର୍ଘ ଦିନ ହେବ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହେଉଥିଲା। ହେଲେ ପୁଲିସ ନିରବ ରହିଥିଲା। ଗତ ବର୍ଷ ଲକ୍ଷ୍ମୀସାଗର ଅଞ୍ଚଳରେ ମଧ୍ୟ ନକଲି ତେଲ ଓ ଘିଅ କାରଖାନା ଠାବ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/d87gj98dgj798dgj7dg98jdgj.jpg)