ଭୁବନେଶ୍ୱର: ଆପଣ ଖାଉଥିବା ତେଲ କେତେ ବିଷାକ୍ତ ଆପଣ ଜାଣନ୍ତି କି ? ଲକ୍ଷ୍ମୀସାଗର ଅଂଚଳରୁ ଆଜି ପୁଲିସ ଏଭଳି ଏକ ନକଲି ତେଲ କାରଖାନା ଠାବ କରିଛି | ଏଠାରେ ଅସଲି ବ୍ରାଣ୍ଡରେ ନକଲି ତେଲ ଭର୍ତ୍ତି କରି ବଜାରକୁ ଛଡାଯାଉଥିଲା | ଘିଅ, ଖାଇବା ତେଲ ଓ ରାଶି ତେଲକୁ ଅପମିଶ୍ରିତ କରାଯାଇ ଏହି ତେଲ ପ୍ରସ୍ତୁତ କରାଯାଉଥିଲା | ଏହାପରେ ବଜାରକୁ ଛଡାଯାଉଥିଲା |
/sambad/media/post_attachments/wp-content/uploads/2019/09/30754635-d325-4bcd-95b0-7070251a145b-300x225.jpg)
ତେବେ ନକଲି ଓ ବିଷାକ୍ତ ତେଲ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା | ଏହାପରେ ପୁଲିସ କାରଖାନା ଉପରେ ଚଢ଼ାଉ କରି ପାଖାପାଖି ୨ ହଜାର ଲିଟର ନକଲି ତେଲ ଜବତ କରିଥିବାବେଳେ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି |
/sambad/media/post_attachments/wp-content/uploads/2019/09/c0a7843d-8136-44f1-bbc1-f4c774e3a714-300x293.jpg)
ତେବେ ଏହି ବେନିୟମ କାରବାର ପଛରେ ଆଉ କାହାର ସବୁ ହାତ ରହିଛି ପୁଲିସ ତାହାର ତଦନ୍ତ କରୁଛି | ବଡ କଥା ଏହି ନକଲି ତେଲ କାରଖାନାଟି ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବାବେଳେ କିଭଳି ପୁଲିସ ଏ ପର୍ଯ୍ୟନ୍ତ ଟେର ପାଇନଥିଲା ତାହା ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/1qa.jpg)