ଭୁବନେଶ୍ୱର: ବିଶ୍ୱାସରେ ବିଷ ଦେଇ ବେପାର ଚାଲିଛି । ନିଜେ ନଦେଖିଲେ ଆଖିକୁ ବିଶ୍ୱାସ ହେବ ନାହିଁ । ଠାକୁରଙ୍କୁ ପୁଜା କରି ଭଲ ଫଳ ପ୍ରାପ୍ତି ପାଇଁ ଆପଣ ବଜାରରୁ ଭଲ ବ୍ରାଣ୍ଡର ପୂଜା ସାମଗ୍ରୀ କିଣୁଥାଇପାରନ୍ତି । କିନ୍ତୁ ଆପଣଙ୍କୁ ଗଙ୍ଗା ଜଳ ଠାରୁ ଆରମ୍ଭ କରି ଘିଅ, ମହୁ ଓ ଗୁଡ ବି ନକଲି ବିକ୍ରି କରାଯାଇପାରେ । ଏମିତି ଏକ ଠକକୁ କାବୁ କରିଛି କଟକ ମାଲଗୋଦାମ ଥାନା ପୁଲିସ । ଯିଏଁ ଅସଲି ବ୍ରାଣ୍ଡରେ ବିକ୍ରି କରୁଥିଲା ନକଲି ସାମଗ୍ରୀ । ଏଠି ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ ଯାଏଁ ସବୁ କିଛି ନକଲି । ଏଭଳି ଅପମିଶ୍ରିତ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ କଟକ ମାଲଗୋଦାମ ଥାନା ପୁଲିସ ଉଠାଇ ନେଇଛି ।
/sambad/media/post_attachments/wp-content/uploads/2020/09/0abc875e-ba81-4d71-a86b-7ab22605695c-1024x473.jpg)
ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଚଣ୍ଡୀ ରାଓ । ସେ କଟକ ଜିଲ୍ଲା ସମତେ ଅନ୍ୟାନ୍ୟ ଜିଲ୍ଲାକୁ ଅପମିଶ୍ରିତ ସାମଗ୍ରୀ ବିକ୍ରି କରୁଥିଲେ । ଦୀର୍ଘ ଦିନ ହେବ ମାଲଗୋଦାମ ଥାନା ଅଂଚଳରେ ବ୍ୟବସାୟ କରି ଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଚଣ୍ଡୀ ରାଓଙ୍କୁ ଆଜି କୋର୍ଟ ଚାଲାଣ କରିବ ପୁଲିସ ।
ଜବତ ସାମଗ୍ରୀ: ୧୮୦ ବୋତଲ ପବିତ୍ର ଗଂଗା ଜଳ, ୩୪୫୬ ବୋତଲ ଗୁଲାବ ଜଳ, ୧୧୯୬ ବୋତଳ ମହୁ, ୧୫୦୩ ବୋତଲ ଅଗୁରୁ ଜଳ, ୨୦୧୯ ଖାଲି ବୋତଲ, ୫୦ ଲିଟର ବିଶିଷ୍ଟ ୨ଟି ଖାଲି ଜାର, ୧୦୦ ଲିଟର ବିଶିଷ୍ଟ ଗୋଟିଏ ରୋଷେଇ ହଣ୍ଡା ଓ ଗୋଟିଏ ଗ୍ୟାସ ଚୁଲି ।
ଗତକାଲି ଅପରାହ୍ନ ସାଢ଼େ ୪ଟାରେ ମାଲଗୋଦାମ ଆଇଆଇସିଙ୍କୁ ଜଣେ ଲୋକ ସୂଚନା ଦେଇଥିଲେ ଯେ, ରାଣୀହାଟ କେନାଲ ରୋଡସ୍ଥିତ ଚାମଣ୍ଡା ଗୋଦାମ ଗଳିରେ ନକଲି ପୂଜା ସାମଗ୍ରୀ ପ୍ରସ୍ତୁତ କରି କଟକ ଓ ବାହାର ଜିଲ୍ଲାରେ ବିକ୍ରି କରୁଛି । ଏହି ସୂଚନା ମିଳିବା ପରେ ଇନ୍ସପେକ୍ଟର ରବିନାରାୟଣ ଭୂୟା, ଏସଆଇ ସୁନିଲ ଯାଦବ ଓ ଟିମ ଚଢ଼ାଉ କରିବାକୁ ବାହାରି ପଡ଼ିଥିଲେ । ପୁଲିସ ଟିମ ଅତର୍କିତ ଭାବେ ଚଢ଼ାଉ କରି ଚଣ୍ଡି ରାଓକୁ ଗିରଫ କରିବା ସହିତ ତା ଘରୁ ନକଲି ଜିନିଷ ପତ୍ର ଜବତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ctc-1.jpg)