ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର ପର୍ଦ୍ଦାଫାଶ ହୋଇଛି । ହିନ୍ଦୁସ୍ତାନ ଲିବର ନାଁରେ ଜାଲି ଦ୍ରବ୍ୟ ବିକ୍ରି ଅଭିଯୋଗ ପରେ ବିଭିନ୍ନ ଦୋକାନରେ ଚଢାଉ ହୋଇଥିଲା ।
/sambad/media/post_attachments/wp-content/uploads/2019/09/vlcsnap-2019-09-15-15h50m18s57-300x165.png)
ବାଙ୍ଗାଲୋରରୁ ଆସିଥିବା ହିନ୍ଦୁସ୍ତାନ ଲିବର ଲିଗାଲ ଟିମର ୪ ଜଣ ସଦସ୍ୟ କଣ୍ଟାବାଞ୍ଜି ପୁଲିସ ସହାୟତାରେ ଚଢାଉ କରିଛନ୍ତି । ବିଭିନ୍ନ ଦୋକାନରୁ ୨ଶହରୁ ଅଧିକ ନକଲି ସାମ୍ଫୁ ପାଉଚ ପାକେଟ ଜବତ ହୋଇଥିବା ସୂଚନା ମିଳିଛି । ତେବେ ନକଲି ସାମ୍ପୁ କେଉଁଠୁ ଆସୁଥିଲା ଏହାର ଖୋଳତାଡ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହିନ୍ଦୁସ୍ତାନ ଲିବର ଲିଗାଲ ଟିମ ।
ମିଳିଥିବା ସୂଚନା ମୁତାବକ ବଲାଙ୍ଗୀରରେ ବ୍ୟାପକ ପରିମାଣରେ ନକଲି ସାମ୍ପୁ ବିକ୍ରି ହେଉଥିବା ନେଇ ହିନ୍ଦୁସ୍ତାନ ଲିବର କମ୍ପାନୀ ଜାଣିବାକୁ ପାଇଥିଲା | ଏନେଇ କମ୍ପାନୀ ପକ୍ଷରୁ ୪ ଜଣ ଅଧିକାରୀଙ୍କୁ ପଠାଯାଇଥିଲା | ସେମାନେ ବଲାଙ୍ଗୀର ପୁଲିସ ସହାୟତାରେ କିଛି ଦୋକାନରେ ଚଢ଼ାଉ କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/vlcsnap-2019-09-15-15h50m42s43.png)