କଟକ : ବାରବାଟୀ ମ୍ୟାଚ ପାଇଁ ବଜାରରେ ବୁଲିଲା ଡୁପ୍ଲିକେଟ୍ ଟିକେଟ । ଅସଲିରେ ହୋଲୋଗ୍ରାମ ଥିବାବେଳେ ନକଲିରେ ନାହିଁ ହୋଲୋଗ୍ରାମ ଚିହ୍ନ । ବାରବାଟୀ ମ୍ୟାଚ ପାଇଁ ନକଲି ଟିକେଟ ବିକ୍ରି ହୋଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଦୁଇଟି ଟିକେଟ ଭାଇରାଲ ହେଉଛି । ଗୋଟିଏକୁ ଅସଲି ଟିକେଟ କୁହାଯାଉଥିବା ବେଳେ ଅନ୍ୟଟିକୁ ନକଲି କୁହାଯାଉଛି ।
ଗୋଟିଏ ଟିକେଟରେ ହୋଲୋଗ୍ରାମ ଥିବାବେଳେ ଅନ୍ୟଟିରେ ହୋଲୋଗ୍ରାମ ନାହିଁ । ଆଉ ହୋଲୋଗ୍ରାମ ନଥିବା ଟିକେଟଟି ନକଲି ଟିକେଟ ବୋଲି କୁହାଯାଉଛି । ଏପରିକି ଏହି ଡୁପ୍ଲିକେଟ୍ ଟିକେଟଧାରୀଙ୍କୁ ପୁଲିସ ଷ୍ଟାଡିୟମକୁ ପ୍ରବେଶ ଅନୁମତି ଦେଇନଥିବା ଜଣାପଡିଛି । ଏହାକୁ ନେଇ ଫ୍ୟାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହା ସହିତ ଏହି ମାମଲାରେ ମଧ୍ୟ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗୋଟିଏ ପଟେ ଟିକେଟ କଳାବଜାରୀ ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ନକଲି ଟିକେଟ ଦେଇ କ୍ରିକେଟପ୍ରେମୀଙ୍କୁ ଭୁଆଁ ବୁଲାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ticket-1.jpg)