ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ଦବଦବା ସମାପ୍ତ ହେବା ପରେ ଏବେ ଛତିଶଗଡ଼ରେ ନକ୍ସଲ ନିଜର ପ୍ରମାଦ ଗଣିଲେଣି। ଲଗାତାର ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ନକ୍ସଲଙ୍କୁ ବେକଫୁଟରେ ରଖିଛନ୍ତି ଯବାନ। ନକ୍ସଲ ସଂଗଠନରେ ମହିଳାଙ୍କ ସଂଖ୍ୟା ସବୁବେଳେ ଅଧିକା ରହିଥାଏ। ସେହି ମହିଳା ସଂଗଠନକୁ ଭାଙ୍ଗିବାରେ ସରକାର ସଫଳ ହୋଇଛନ୍ତି। ସଂଗଠନର ଆଗଧାଡ଼ିର ମହିଳା ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ଏବେ ସରକାରଙ୍କ ବିକାଶ ଧାରାରେ ଜଡିତ ହୋଇଛନ୍ତି।ପୂର୍ବରୁ ଜଂଗଲରେ ପୁଲିସକୁ ଡରି ଲୁଚି ଲୁଚି ବୁଲୁଥିବା ମହିଳା ଏବେ କାନ୍ଧରେ ଏକେ-୪୭ ଧରି ଲୋକଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ମହିଳା ନକ୍ସଲମାନେ ସରକାରଙ୍କ ତରଫରୁ ଗଠିତ ହୋଇଥିବା ଦୁର୍ଗା ଓ ଦନ୍ତେଶ୍ବରୀ ଫାଇଟରସରେ କମାଣ୍ଡୋ ଭାବେ ଯୋଗ ଦେଇଛନ୍ତି।
ନକ୍ସଲ ସଂଗଠନରେ ରହି ପୁଲିସ ଓ ଲୋକଙ୍କୁ ଟାର୍ଗେଟ କରୁଥିବା ମହିଳା ଏବେ ନିଜ ସଂଗଠନକୁ ଟାର୍ଗେଟ କରୁଛନ୍ତି। ଜଂଗଲରେ ଏହି ଦୁର୍ଗା ଓ ଦନ୍ତେଶ୍ବରୀ ଫାଇଟରସ୍ ବୁଲୁଥିବାରୁ ନକ୍ସଲ ପ୍ରମାଦ ଗଣୁଥିବା କୁହାଯାଇଛି। ଜଂଗଲର ସମସ୍ତ ଅଂଚଳ ଏମାନେ ଜାଣିଥିବାରୁ ନକ୍ସଲ ଏମାନଙ୍କୁ ଭୟ କରୁଥିବା ଦେଖିବାକୁ ମିଳିଛି। ଏହି ମହିଳା କମାଣ୍ଡୋମାନେ ଗ୍ରାମବାସୀଙ୍କ ମନ ଜିଣିବାରେ ସଫଳ ମଧ୍ୟ ହେଲେଣି। ଏମାନଙ୍କ ସାମ୍ନାରେ ନକ୍ସଲ ଆସିବାକୁ ଡରୁଛନ୍ତି। ନକ୍ସଲଙ୍କ ସହ ଲଢିବାକୁ ସବୁବେଳେ ପ୍ରସ୍ତୁତ ହୋଇ ଏମାନେ ରହିଛନ୍ତି। ପୂର୍ବରୁ ସରକାରଙ୍କୁ ଟାର୍ଗେଟ କରୁଥିବା ଏହି ମହିଳାମାନେ ଆଜି ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି। ହିଂସାକୁ ଛାଡି ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ବସ୍ତର ଅଂଚଳରେ ଶାନ୍ତି ସ୍ଥାପନ ପାଇଁ ନିଜକୁ ସମର୍ପଣ କରିଦେଇଛନ୍ତି। ମାତୃଭୂମୀ ପାଇଁ ଜୀବନ ଗଲେ ଆମେ ସହିଦ ହୋଇଯିବୁ ବୋଲି ଏମାନେ କୁହନ୍ତି।ଯେଉଁ ଭୁଲ କରିଥିଲେ ତାକୁ ପ୍ରଶ୍ଚାତାପ କରିବା ସହ ସଂଗଠନରେ ଥିବା ମହିଳାମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।ଏଥିସହ ଆତ୍ମନିର୍ଭରଶୀଳ ହୋଇ ବାକି ଜୀବନ ସୁଖରେ କଟାଇବାକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Mkg-Durga-and-Danteswari-fighters.jpg)