ବିନିକା: ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା, ପୀଠରେ ନବମୀ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ତଥା ବିଭିନ୍ନ ଗ୍ରାମାଞ୍ଚଳ ଗୁଡ଼ିକରେ ମା’ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଛି। ମଣ୍ଡପରେ ଶନିବାର ଅଷ୍ଟମୀ ପୂଜା କରାଯାଇଥିବା ବେଳେ ପୀଠରେ ନବମୀ ପାଳିତ ହୋଇଛି।

କୋଭିଡ-୧୯ ଯୋଗୁଁ ସରକାରଙ୍କ ଗାଇଡଲାଇନ୍‌କୁ ସମ୍ମାନ ଜଣାଇ ମା’ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଛି। ପୂଜକ ଶଙ୍କର ପ୍ରଶାଦ ପଣ୍ଡା, ପୀତାମ୍ବର ପୂଜାରୀ ଓ ପୂଜା କ୍ଲବ ଗୁଡ଼ିକ ପୂଜାକାମ ଆଗେଇ ନେଉଛନ୍ତି। ଆଜି ଭଉଣୀମାନେ ଭୋରରୁ ନଦୀ ନାଳମାନଙ୍କୁ ଯାଇ ଗାଧୋଇ ପୂଜାଅର୍ଚ୍ଚନା କରି ଫେରିବା ପରେ ନିଜ ଭାଇର ଶୁଭ ମଙ୍ଗଳ କାମନା କରି ମା’ଙ୍କ ପୂଜା, ସିନ୍ଦୁର, ଚନ୍ଦନ ଟିପା ଓ ଦୁବ ଦେହରେ ଲଗାଇବା ସହ ନୂତନ ବସ୍ତ୍ର ଭାଇମାନଙ୍କୁ ପ୍ରଦାନ କରିଥିଲେ।

ବିନିକା ସହର ପୁରୁଣା ବସଷ୍ଟାଣ୍ଡ, ନୂଆଁବଜାର, ଦୈନିକ ବଜାର, ବେଳପଡ଼ା, ଖଦାଳପଡ଼ା, ଦଣ୍ଡସେନାପଡ଼ା, ଗୁଲାପଡ଼ା ତଥା ଗ୍ରାମାଞ୍ଚଳ ମହାଦେବପାଲି, ଭଣ୍ଡାର – ଉପର ପଡ଼ା ଓ ତଲିପଡ଼ା, ବାଉଁଶୁଣୀ, ସିଲାଟ- ଉପରପଡ଼ା, ତଲିପଡ଼ା, ମୋଘଲା, ସାହାଜବାହାଲ ଆଦି ସ୍ଥାନମାନଙ୍କରେ ଅଷ୍ଟମୀ ପୂଜା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଉଥିଲା ବେଳେ ନାରାୟଣୀ, ଚରଦେଇ ପୀଠ ଓ ବିଭିନ୍ନ ଗ୍ରାମଦେବୀଙ୍କ ସାଙ୍ଗକୁ ମା’ ଦୁର୍ଗାଙ୍କ ମନ୍ଦିରମାନଙ୍କରେ ନବମୀ ପୂଜା କରାଯାଉଛି।

ସମ୍ବନ୍ଧିତ ଖବର