ସମ୍ବଲପୁର: ସମ୍ବଲପୁର ସହର ଓ ପୁରପଲ୍ଲୀରେ ମା’ ଦୁର୍ଗାଙ୍କୁ ଆରାଧନା ଆରମ୍ଭ ହୋଇଛି। ବିଶେଷ କରି ମହାଷ୍ଟମୀରେ ମା’ଙ୍କ ବେଶ ଦେଖିବାକୁ ପ୍ରବଳ ଗହଳି ହେଉଛି। ବିଭିନ୍ନ ସ୍ଥାନରେ ବିରାଟ ବିରାଟ ତୋରଣ ନିର୍ମାଣ ହୋଇଥିବାବେଳେ ମଣ୍ଡପଗୁଡିକ ଚୁମ୍ବକୀୟ ଲାଇଟରେ ଝଲସି ଉଠୁଛି।
/sambad/media/post_attachments/wp-content/uploads/2022/10/13-2.jpg)
ବିଭିନ୍ନ ପୂଜା ମଣ୍ଡପ ଆକର୍ଷଣୀୟ ହୋଇ ଉଠିଛି। ପୂଜା କମିଟିଗୁଡିକ ପକ୍ଷରୁ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି। ମହାସପ୍ତମୀରୁ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ପୂଜା ବଜାର ବି ସରଗରମ ହୋଇପଡିଛି। ବିଶେଷ କରି ସମ୍ବଲପୁର ଧୁଚୁରାପଡ଼ା, ଗୋବିନ୍ଦତୋଲା, ଜେଲ୍ ଛକ, ସମ୍ବଲପୁର ଜିଲ୍ଲା ସ୍କୁଲ୍ ଛକ, ଲକ୍ଷ୍ମୀ କଟିଜ୍, ବୁଢ଼ାରଜା ଫାଟକ୍, ଢ଼ୁକୁପଡ଼ା, ଅଇଁଠାପାଲି, ଧନୁପାଲି, ଜିଲ୍ଲା ସ୍କୁଲ୍ ନିକଟରେ ହୋଇଥିବା ପୂଜା ବଜାର ସରଗରମ ହୋଇପଡିଛି।
/sambad/media/post_attachments/wp-content/uploads/2022/10/14-1.jpg)