ରେଡିଓ ଚକ୍‌ଲେଟ୍‌ରେ ଦୁର୍ଗା-ଦ ପାୱାର ଓମ୍ୟାନ୍‌

ଭୁବନେଶ୍ୱର : ରେଡ଼ିଓ ଚକ୍‌ଲେଟ୍ ୧୦୪ ଏଫ୍‌.ଏମ୍‌. ସବୁବେଳେ ଶ୍ରୋତାଙ୍କ ରୁଚି ତଥା ପସନ୍ଦ ଅନୁସାରେ କାର୍ଯ୍ୟକ୍ରମ ପରିବେଷଣ କରିଥାଏ । ଏବେ କ୍ରୀଡ଼ାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିବାରୁ ରେଡ଼ିଓ ଚକ୍‌ଲେଟ୍ ତା ପ୍ରିୟ ଶ୍ରୋତାଙ୍କ ପାଇଁ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ “ଦୁର୍ଗା -ଦ ପାୱାର ଓମ୍ୟାନ୍‌” ପ୍ରସ୍ତୁତ କରିଛି।

ଏହି କାର୍ଯ୍ୟକ୍ରମରେ ୧୨ ଜଣ କ୍ରୀଡ଼ାବିତ୍‌ ଅନୁରାଧା ବିଶ୍ୱାଳ, ଭାଲେନା ଭାଲେଣ୍ଟିନା, ପ୍ରତ୍ୟୁଷା ରାୟ, ମନିଷା ମେରେଲ, ସବିତା ଟୋପୋ, ଆଂଶିକା ରାଉତରାୟ, କଶିକା ପ୍ରଧାନ, ରୁତୁପର୍ଣ୍ଣା ଚୈାଧୁରୀ, ଜୟନ୍ତୀ ବେହେରା, ଝିଲି ଦଳବେହେରା, ଶୁଭଲକ୍ଷ୍ମୀ ବାରିକ ଏବଂ ସୁଶ୍ରୀ ଦିବ୍ୟଦର୍ଶନୀଙ୍କ ସାକ୍ଷାତକାର ନେଇଛନ୍ତି ରେଡ଼ିଓ ଚକ୍‌ଲେଟ୍‌ର ଆର୍‌ଜେମାନେ। ଏହି ସାକ୍ଷାତକାରକୁ ଆସନ୍ତା ୧୪ ଓ ୧୫ ତାରିଖରେ ରେଡ଼ିଓ ଚକ୍‌ଲେଟ୍‌ର ପ୍ରତ୍ୟେକ ଶୋରେ ଶୁଣି ପାରିବେ ଶ୍ରୋତାମାନେ । ଏହି କାର୍ଯ୍ୟକ୍ରମ ଶ୍ରୋତାମାନଙ୍କ ମଧ୍ୟରେ ବିଶେଷ କରି ଯୁବଗୋଷ୍ଠୀ ତଥା ମହିଳା କ୍ରୀଡ଼ାବିତ୍ ହେବାକୁ ଚାହୁଁଥିବା ମହିଳାଙ୍କ ମନରେ ନୂତନ ଆଶା ଓ ଉତ୍ସାହ ଭରିଦେବ ବୋଲି ରେଡ଼ିଓ ଚକ୍‌ଲେଟ୍‌ର ବିଶ୍ୱାସ ।

ସମ୍ବନ୍ଧିତ ଖବର