ଦୁର୍ଗାପ୍ରସାଦ ରଥଙ୍କ ପରଲୋକ

ଭୁବନେଶ୍ବର : ସୁନାମଧନ୍ୟ ଲେଖକ, କବି ତଥା ସମାଜସେବୀ ଦୁର୍ଗାପ୍ରସାଦ ରଥଙ୍କର ଆଜି ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଶ୍ରୀ ରଥ ସାକ୍ଷୀଗୋପାଳର ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ରଥ ଓ ମାତା ନିଶାମଣୀ ଦେବୀଙ୍କର ଜ୍ୟେଷ୍ଠ ପୁତ୍ର। ତାଙ୍କ ଦ୍ବାରା ରଚିତ ଅନେକ କବିତା, ଗଳ୍ପ ଏକାଙ୍କିକା ଓ ପୁସ୍ତକ ବେଶ୍ ଆଦୃତି ଲାଭ କରିଥିଲା। ତାଙ୍କର ଅନେକ ରଚନା ଆକାଶବାଣୀରେ ପ୍ରସାରିତ ହୋଇଥିଲା।

ତାଙ୍କର ରଚିତ ‘କୃପାକଳ୍ପ’ ପୁସ୍ତକ ଏକ ବହୁମୂଲ୍ୟ ରଚନା। ‘ମାହୀଷ୍ମତୀ’ ଏକାଙ୍କିକା ମଧ୍ୟ ପାଠକୀୟ ହୋଇଥିଲା। ଭାରତ ସରକାରଙ୍କ ଅର୍ଥବିଭାଗ ଅଧୀନ ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟକରି ଅନେକ ପୁରସ୍କାର ପାଇଥିଲେ। ମୃତ୍ୟୁ ସମୟରେ ପତ୍ନୀ ସୁଷମା, ତାଙ୍କ ପୁତ୍ର ଭବାନୀ ଚରଣ ରଥ, ଦେବରାଜ ରଥ ଓ ଶକ୍ତିକାନ୍ତ ତଥା ଜାମାତା ଶକ୍ତି ତ୍ରିପାଠୀ, କନ୍ୟା ଗୀତାରାଣୀ ଏବଂ ପୁତ୍ରବଧୂ ଶର୍ମିଷ୍ଠା, ଶୁଭଶ୍ରୀ ଓ ପୁଷ୍ପମିତ୍ରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର