ଭୁବନେଶ୍ବର: ରାଜ୍ୟରେ ଜାନୁଆରି ଶେଷ ସୁଦ୍ଧା ଶୀର୍ଘ ଛୁଇଁ ପାରେ କରୋନା ସଂକ୍ରମଣ । ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର ଏହା କହିଛନ୍ତି।। ସେ କହିଛନ୍ତି ଯେ, ପିକ୍ ଛୁଇଁବା ବେଳେ ରାଜ୍ୟରୁ ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ । ସେହିଭଳି ପିକ୍ ସମୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଡାକ୍ତର ସନ୍ଦେହ କରୁଛନ୍ତି । ଡେଲଟା ଠାରୁ ୪ ଗୁଣ ଅଧିକ ସଂକ୍ରାମକ ଓମିକ୍ରନ୍ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ସମଗ୍ର ବିଶ୍ବ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜାନୁୁଆରିି ୧ ତାରିଖରେ ୨୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୦ ହଜାର ୫୯ ହୋଇଛି।
କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ଜାନୁଆରି ୧୩: ୧୦,୦୫୯
ଜାନୁଆରି ୧୨ : ୮୭୭୮
ଜାନୁଆରି ୧୧ : ୭୦୭୧
ଜାନୁଆରି ୧୦ : ୪୮୨୯
ଜାନୁଆରି ୯ : ୪୭୧୪
ଜାନୁଆରି ୮ : ୩୬୭୯
ଜାନୁଆରି ୭ : ୨୭୦୩
ଜାନୁଆରି ୬ : ୧୮୯୭
ଜାନୁଆରି ୫ : ୧୨୧୬
ଜାନୁଆରି ୪: ୬୮୦
ଜାନୁଆରି ୩: ୪୨୪
ଜାନୁଆରି ୨ : ୪୨୪
ଜାନୁଆରି ୧: ୨୯୮