ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଶୀର୍ଷ ଛୁଇଁପାରେ ସଂକ୍ରମଣ: ବରିଷ୍ଠ ଚିକିତ୍ସକ କହିଲେ- ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଜାନୁଆରି ଶେଷ ସୁଦ୍ଧା ଶୀର୍ଘ ଛୁଇଁ ପାରେ କରୋନା ସଂକ୍ରମଣ । ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର ଏହା କହିଛନ୍ତି।। ସେ କହିଛନ୍ତି ଯେ, ପିକ୍ ଛୁଇଁବା ବେଳେ ରାଜ୍ୟରୁ ଚିହ୍ନଟ ହୋଇପାରନ୍ତି ୩୦ ହଜାର ସଂକ୍ରମିତ । ସେହିଭଳି ପିକ୍ ସମୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଡାକ୍ତର ସନ୍ଦେହ କରୁଛନ୍ତି । ଡେଲଟା ଠାରୁ ୪ ଗୁଣ ଅଧିକ ସଂକ୍ରାମକ ଓମିକ୍ରନ୍ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ସମଗ୍ର ବିଶ୍ବ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜାନୁୁଆରିି ୧ ତାରିଖରେ ୨୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୦ ହଜାର ୫୯ ହୋଇଛି।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା) 

ଜାନୁଆରି ୧୩: ୧୦,୦୫୯
ଜାନୁଆରି ୧୨ : ୮୭୭୮ 
ଜାନୁଆରି ୧୧ : ୭୦୭୧ 
ଜାନୁଆରି ୧୦ : ୪୮୨୯ 
ଜାନୁଆରି ୯ : ୪୭୧୪ 
ଜାନୁଆରି ୮ : ୩୬୭୯ 
ଜାନୁଆରି ୭ : ୨୭୦୩ 
ଜାନୁଆରି ୬ : ୧୮୯୭ 
ଜାନୁଆରି ୫ : ୧୨୧୬ 
ଜାନୁଆରି ୪: ୬୮୦ 
ଜାନୁଆରି ୩: ୪୨୪ 
ଜାନୁଆରି ୨ : ୪୨୪ 
ଜାନୁଆରି ୧: ୨୯୮ 

ସମ୍ବନ୍ଧିତ ଖବର