ଜୟପୁର: ଜୟପୁର ଦଶହରା ମହୋତ୍ସବ ମାହୋଲ ଜୋର ଧରିଛି। ସହରର ସବୁ  ଦେବୀପୀଠ ଗୁଡିକରେ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଗୁଜରାଟୀ କଲୋନି, ରାଜନଅର, ଜୟନଗର ଛକ, ଗାନ୍ଧୀଛକ  ଓଘରୋଇ ବସ ମାଲିକ ସଂଘର ସାର୍ବଜନୀନ ପୂଜା ଆରମ୍ଭ ହୋଇଛି। ଶୁକ୍ରବାର କୁ  ମା’ଦକ୍ଷିଣ କାଳିଙ୍କ ପୀଠରେ ସୁନାବେଶ ଅନୁଷ୍ଠିତ‌ ହେବ। ସେଭଳି ଆସନ୍ତା ୨୩ତାରିଖ ଦିନ ମା ଭଗବତୀଙ୍କ ସୁନାବେଶ କରାଯିବ ବୋଲି ଦେବୋତ୍ତର ଅଧିକାରୀ ତଥା ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ  ସୂଚନା ଦେଇଛନ୍ତି।

Advertisment

ଗୁରୁବାର ରାଜନଅରରେ ଶ୍ର କୃଷ୍ଣଚନ୍ଦ୍ର ଦେବ ପାଠାଗାର ଓଡିଆ ସମାଜ ପକ୍ଷରୁ ସ୍ଥାନୀୟ କଳାକାରଙ୍କୁ ନେଇ ଅର୍କେଷ୍ଟ୍ରା ପରିବେଷଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଂଧ୍ୟାରେ ସଭାକୁ ସଭାପତି ବିଷ୍ଣୁ ପ୍ରସାଦ ପାତ୍ର ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦ ଯୋଗଦେଇ ଭାଇଚାରାର ସହର ଜୟପୁରରେ ଉତ୍ସବର ପୁରା ମଜା ନେବାକୁ ଆହ୍ବାନ ଦେଇଥିଲେ। ଏହି ବର୍ଷର ଦଶହରାର ପ୍ରଥମ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନଙ୍କ ବିଭିନ୍ନ ଗୀତରେ ଦର୍ଶକ ମାନେ ଝୁମି ଉଠିଥିଲେ।

ଆସନ୍ତା୨୦ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଦଶହରା ମହୋତ୍ସବ ପାଳନ ସମିତି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାତୀୟ, ରାଜ୍ୟ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି। ୨୦ତାରିଖ ସଂଧ୍ୟା ସାତଟାରେରେ  ସୌରାସାହି ମା’ବାସନ୍ତୟୀଙ୍କ ମନ୍ଦିର ନିକଟରେ ଗାୟିକା ନିହାରିକା ମେହେର, ସସ୍ମିତା ମିଶ୍ର, ଓ ଗାୟକ ବସନ୍ତ ପାତ୍ରଙ୍କ ଭଜନ ସମାରୋହ ଅନୁଷ୍ଠିତ ହେବ। ସେହିଭଳି ୨୧ତାରିଖରେ  ଜଗତଜନନୀ ଛକରେ ଗାୟକ ଶଶାଙ୍କ ଶେଖର, ସୋହିନି ମିଶ୍ର, ଅଭିଜିତ୍ ମିଶ୍ର, ଏବଂ ବିଷ୍ଣୁ ପ୍ରସାଦ ଷଡଙ୍ଗୀଙ୍କ ଦ୍ବାରା ଓର୍କେଷ୍ଟ୍ରା ପରିବେଷଣ ହେବ। ୨୨ତାରିଖ ଦିନ ରାଜନଅର ଛକରେ ମୁମ୍ବାଇରୁ ଆସିବାକୁ ଥିବା ଗାୟକ ଜଲି ମୁଖାର୍ଜୀଙ୍କ ଦ୍ବାରା ମ୍ୟୁଜିକ୍ ନାଇଟ୍ ଅନୁଷ୍ଠିତ ହେବ। ୨୩ତାରିଖ ଦିନ ରାଜନଅର ଛକରେ ଜୟପୁର ସ୍ବରଘୁଙ୍ଗୁର କଳାକାରଙ୍କ ଦ୍ବାରା ‌ଓର୍କେଷ୍ଟ୍ରା ଓଭଜନ ସମାରୋହ। ୨୪ତାରିଖ ଦିନ ମାଦଳାସାହିରେ ସ୍ଥାନୀୟ ସୁନାମଧନ୍ୟ କଳାକାରଙ୍କ ଦ୍ବାରା ଭଜନ ଓ ସୁଗମ ସଙ୍ଗୀତ ସମାରୋହ ହେବ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି।