ରାଜନୀତିରେ ପ୍ରବେଶ କରିବେ ଓଡିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ ! ଟୁଇଟରରେ ଦେଲେ ସୂଚନା
ଭୁବନେଶ୍ବର: ଓଡିଶାର ଦୌଡ଼ରାଣୀ ବୋଲି କୁହାଯାଉଥିବା ଦୂତୀ ଚାନ୍ଦ ରାଜନୀତିରେ ପ୍ରବେଶ କରିବେ ବୋଲି ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ରାଜନୀତି ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି । ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି । ଦୂତୀ ତାଙ୍କ ଟୁଇଟର ପେଜରେ ଲେଖିଛନ୍ତି କି, ପିଲାଟି ବେଳୁ ମୋର ଖେଳ ସହିତ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ବି ତୃଣମୂଳ ସ୍ତରରେ ରାଜନୀତି ସହ ଜଡିତ ଅଛନ୍ତି ଥିବା କହିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ମାଆ ସରପଞ୍ଚ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦୂତୀଙ୍କର ଏହି ଟୁଇଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛି ଲୋକ ଦୂତୀଙ୍କ ଏହି ପୋଷ୍ଟକୁ ସ୍ୱାଗତ ଜଣାଇବା ବେଳେ କିଛି ଫ୍ୟାନ ଦୂତୀଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।
I have always wanted to join politics since childhood. My family has also been involved in grassroots politics, with my mother being the SARPANCH of our village.
— Dutee Chand (@DuteeChand) September 23, 2019
କିଛି ଦିନ ପୂର୍ବରୁ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଏହି ଓଡିଆ ଖେଳାଳି। ଚାରିଆଡେ ଏହାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିଲା । କିନ୍ତୁ ଏହାରି ଭିତରେ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯେୋଗିତାରେ ସଫଳତା ହାସଲ କରି ଦୂତୀ ପୁଣି ଉଭୟ ଦେଶ ଏବଂ ରାଜ୍ୟର ନାଁ ଗୌରାବନ୍ୱିତ କରିଥିଲେ ।