ନିଜ ଫିଲ୍ମରେ ଅଭିନୟ କରିବାକୁ ଅଭିନେତ୍ରୀଙ୍କ ପାଇଁ ଏହି ସର୍ତ୍ତ ରଖିଲେ ଦୂତୀ ଚାନ୍ଦ !

ମୁମ୍ବାଇ: ଓଡ଼ିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କ ଉପରେ ଯଦି ବାୟୋପିକ ଫିଲ୍ମ ନିର୍ମାଣ ହୁଏ ତେବେ କେଉଁ ଅଭିନେତ୍ରୀଙ୍କୁ ପସନ୍ଦ କରିବେ ତାହାର ଖୁଲାସା କରିଛନ୍ତି | ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହବାଗଙ୍କ ପ୍ରଶ୍ନର ଉତ୍ତର ଦେଇ ଦୂତୀ କହିଛନ୍ତି ଯେ ଯିଏ ବି ଅଭିନୟ କଲେ ବି ଚଳିବ କିନ୍ତୁ ମୋ ଭଳି ଧାଇଁପାରୁଥିବା ଦରକାର | ପ୍ରଥମେ ତାଙ୍କ ସହ ଧାଇଁବା ପରେ ହିଁ ଅଭିନୟ କରିପାରିବେ ବୋଲି ଦୂତୀ କହିଛନ୍ତି |

India Today

ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜନର କର୍ମବୀର ସ୍ୱତନ୍ତ୍ର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ ଓ ଆଥଲେଟ ହିମା ଦାସ ନଜର ଆସିଥିଲେ | ଏହି ତିନିଜଣ ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ | ତେବେ ଏହା ପରେ ସେହବାଗ ହିମା ଓ ଦୂତିଙ୍କୁ କିଛି ପ୍ରଶ୍ନ ପଚାରିଥିଲେ |

ଯଦି ଆପଣଙ୍କ ଉପରେ ବାୟୋପିକ ହୁଏ ତେବେ କେଉଁ ଅଭିନେତ୍ରୀଙ୍କୁ ଆପଣଙ୍କ ଚରିତ୍ରରେ ଦେଖିବାକୁ ପସନ୍ଦ କରିବେ ବୋଲି ସେହବାଗ ପ୍ରଶ୍ନ କରିଥିଲେ | ଏହାର ଉତ୍ତରରେ ଦୂତୀ କହିଥିଲେ ଯେ ଯିଏ ବି ଅଭିନୟ କଲେ ଚଳିବ କିନ୍ତୁ ପ୍ରଥମେ ମୋ ଭଳି ଧାଇଁପାରୁଥିବା ଦରକାର | ଏଠାରେ ସୂଚନା ଥାଉ କି ପୂର୍ବରୁ ଦୂତୀ ତାଙ୍କ ବାୟୋପିକ ପାଇଁ କଙ୍ଗନା ରାଣାବତ ସର୍ବୋତ୍କୃଷ୍ଟ ବୋଲି କହିଥିଲେ |

ସମ୍ବନ୍ଧିତ ଖବର