ପିଏମ୍‌ କୁସୁମ୍ ଯୋଜନା ସମ୍ପର୍କରେ ମାର୍ଗଦର୍ଶିକା ଜାରି: ଠକ ୱେବସାଇଟ୍ ପ୍ରତି ସାବଧାନ ରହିବାକୁ ପରାମର୍ଶ

ଭୁବନେଶ୍ବର : ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ) ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍‌ଥାନ ମହାଭିଯାନ (ପିଏମ୍-କୁସୁମ) ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯୋଜନା ଅଧୀନରେ ସ୍ୱତନ୍ତ୍ର ସୋଲାର ପମ୍ପ ସ୍ଥାପନ ଏବଂ କୃଷି ପମ୍ପଗୁଡ଼ିକର ସୋଲାରାଇଜେସନ୍‌ ପାଇଁ ସବ୍‌ସିଡି ପ୍ରଦାନ କରାଯାଇଛି। କୃଷକମାନେ ଦୁଇ ମେଗାୱାଟ ପର୍ଯ୍ୟନ୍ତ ଗ୍ରିଡ୍ ସଂଯୁକ୍ତ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିପାରିବେ। ଏହି ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏହିପରି ସମସ୍ତ ନିର୍ଦ୍ଦିଷ୍ଟ ବିଭାଗର ବିବରଣୀ ଏମ୍‌ଏନ୍‌ଆର୍‌ଇ ୱେବସାଇଟ୍ www.mnre.gov.in ରେ ପ୍ରଦାନ କରାଯାଇଛି।


climate samurai

ଏହି ଯୋଜନା ଆରମ୍ଭ ହେବା ପରେ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଛି ଯେ କେତେକ ଠକ ୱେବସାଇଟ୍ ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ନିମନ୍ତେ ତାଙ୍କର ପୋର୍ଟାଲ୍ ପ୍ରଯୁଜ୍ୟ ବୋଲି ଦାବି କରିଛନ୍ତି । ଏହିପରି ଅନଧିକୃତ ୱେବସାଇଟ୍ ଏହି ଯୋଜନାରେ ଆଗ୍ରହୀ ଲୋକଙ୍କଠାରୁ ଟଙ୍କା ଏବଂ ସୂଚନା ସଂଗ୍ରହ କରୁଛି । ସାଧାରଣ ଜନତାଙ୍କୁ କୌଣସି କ୍ଷତି ନହେବା ପାଇଁ, ଏମ୍‌ଏନ୍‌ଆର୍‌ଇ ଅତୀତରେ ସର୍ବସାଧାରଣ ବିଜ୍ଞପ୍ତି ଜାରି କରି ସାଧାରଣ ଜନତାଙ୍କୁ କୌଣସି ପଞ୍ଜୀକରଣ ଶୁଳ୍କ ଜମା ନକରିବାକୁ କିମ୍ବା ଏହିପରି ୱେବସାଇଟରେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବାକୁ ପରାମର୍ଶ ଦେଇଛି । ଅଭିଯୋଗ ପାଇବା ପରେ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅନେକ ନକଲି ପଞ୍ଜୀକରଣ ପୋର୍ଟାଲ ବ୍ଲକ୍ କରାଯାଇଛି।

ମନ୍ତ୍ରଣାଳୟ ଦୃଢ଼ ଭାବରେ ପରାମର୍ଶ ଦେଇଛି ଯେ ପିଏମ-କୁସୁମ ଯୋଜନା ପାଇଁ ଆଗ୍ରହୀ ବ୍ୟକ୍ତିମାନେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ କିମ୍ବା ଟଙ୍କା ଜମା କରିବା ପୂର୍ବରୁ ୱେବସାଇଟର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ। ଏହି ଯୋଜନାରେ ଅଂଶଗ୍ରହଣ ଏବଂ ଯୋଗ୍ୟତା ପ୍ରକ୍ରିୟାରେ ଅଂଶଗ୍ରହଣ ସମ୍ବନ୍ଧୀୟ ସୂଚନା ଏମଖଏନ୍‌ଆର୍‌ଇ ୱେବସାଇଟ୍ http://www.mnre.gov.in କିମ୍ବା ପିଏମ-କୁସୁମ କେନ୍ଦ୍ରୀୟ ପୋର୍ଟାଲ https://pmkusum.mnre.gov.in ରେ ଉପଲବ୍ଧ କିମ୍ବା ଟୋଲ୍ ଫ୍ରି ନମ୍ବର – ୧୮୦୦-୧୮୦-୩୩୩୩ରେ ଡାଏଲ କଲେ ସୂଚନା ମିଳିପାରିବ ।

ସମ୍ବନ୍ଧିତ ଖବର