ଭିଏସଏସ ବିମାନ ବନ୍ଦରରେ ଆରମ୍ଭ ହେଲା ଡିଭିଓଆର ବ୍ୟବସ୍ଥା

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ଡପଲର ଭେରି ହାଇ ଫ୍ରିକୁଏନ୍ସି ଓମନି ଡିରେକ୍ସନାଲ ରେଞ୍ଜ ବା ଡିଭିଓଆର୍‌ ବ୍ୟବସ୍ଥାକୁ ଏଏଆଇର ଇଷ୍ଟର୍ଣ୍ଣ ରିଜନ୍‌ର କାର୍ଯ୍ୟନିବାର୍ହୀ ନିର୍ଦ୍ଦେଶକ ଏସ୍‌.ପି.ଯାଦବ ଶୁଭାରମ୍ଭ କରିଛନ୍ତି। ବିମାନ ବନ୍ଦର ନିର୍ଦେଶକ ସ୍ୱଦେଶ ଚୌହାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଯାଦବ କହିଲେ ଯେ, ଏହି ବ୍ୟବସ୍ଥା ଯୋଗୁଁ ବୀର ସୁରେନ୍ଦ୍ର ସାଏ ବିବାନ ବନ୍ଦରରେ ଏବେ ଖରାପ ପାଗ ବେଳେ ବିମାନ ଉଡ଼ାଣରେ ସୁଧାର ଆସିବ। ବିମାନ କମ୍ପାନି ଓ ବିମାନ ଯାତ୍ରୀ ଉଭୟଙ୍କୁ ଲାଭ ମିଳିବ। ଗତ ଫେବ୍ରୁଆରି ମାସରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଗତ କିଛିଦିନ ତଳେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଫ୍ଲାଇଟ୍‌ ଇନ୍ସପେକସନ୍‌ ୟୁନିଟ ଏହି ବ୍ୟବସ୍ଥାର ପରୀକ୍ଷା ନିରୀକ୍ଷା କରିଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରରେ ପାଗ ଖରାପ ଥିବା ବେଳେ ଭିଜିବିଲିଟିକୁ ନେଇ ବିମାନ ଉଡ଼ାଣ ଓ ଅବତରଣ ବେଳ ସମସ୍ୟା ସୃଷ୍ଟି ହେଉଥିଲା। ଫଳରେ ପାଗ ଖରାପ ଥିଲେ ବିମାନ ବାତିଲ ହେଉଥିଲା।

ସମ୍ବନ୍ଧିତ ଖବର