କଟକ: ଡେ଼ପୁଟି ମେୟର ପାଇଁ ନିର୍ବାଚନ ପୂର୍ବରୁ କକ୍ଷତ୍ୟାଗ କଲେ ବିଜେପି ଓ କଂଗ୍ରେସ କର୍ପୋରେଟର

କଟକ: ଆରମ୍ଭ ହେଲା ଡେ଼ପୁଟି ମେୟର ପାଇଁ ନିର୍ବାଚନ। ତେବେ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ଗୃହ ତ୍ୟାଗ କରିଛନ୍ତି। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରି ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ଚାଲିଯାଇଛନ୍ତି।

ସୂଚନାଯୋଗ୍ୟ, କଟକ ମହାନଗର ନିଗମ ନବନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ସହିଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଶପଥ ଗ୍ରହଣ ଉତ୍ସବ ପରେ ଡେ଼ପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନ୍ୟାନ୍ୟ ଦାସ, ପୌର ପ୍ରଶାସକ ତଥା ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସିଏମସି ପ୍ରଶାସକ ଅନୀଲ କୁମାର ସାମଲ ଉପସ୍ଥିତ ରହିଛନ୍ତି। କାର୍ଯ୍ୟକ୍ରମକୁ ଡେ଼ପୁଟି କମିଶନର ସଂଜୀବିତା ରାୟ ପରିଚାଳନା କରିଛନ୍ତି। ପ୍ରଥମେ ମେୟର ସୁବାସ ସିଂହ ଶପଥ ଗ୍ରହଣ କରିବା ପରେ ସିଏମସିର ୫୯ଟି ୱାର୍ଡର କର୍ପୋରେଟର ଶପଥ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର