ବନ୍ତଳା : ସାତକୋଶିଆର ଟିକରପଡା ବନାଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ ନାଁରେ ରାତିରେ ଡିନାମାଇଟ ବିସ୍ଫୋରଣ ହେବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଟିକରପଡା ଅଞ୍ଚଳରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ପ୍ରଶସ୍ତୀକରଣ ହେଉଛି। ତେବେ ଟିକରପଡା କୁସଖଳି ଗାଁ ନିକଟରେ ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ମାଟିଖୋଳା ହେବା ସହିତ ପଥରକୁ ଡିନାମାଇଟ ବ୍ୟବହାର କରି ବିସ୍ଫୋରଣ କରାଯାଇଛି। ବିସ୍ଫୋରଣ ଯୋଗୁଁ ବନ୍ୟପ୍ରାଣୀଙ୍କ ଜୀବନ ଯିବାର ଭୟ ଦେଖାଦେଇଛି। ସାତକୋଶିଆ ଭଳି ଅଞ୍ଚଳରେ କାହା ଅନୁମତିରେ ଏଭଳି ବେଆଇନ କାର୍ଯ୍ୟ ହେଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ରାସ୍ତା ପାଇଁ ଜଙ୍ଗଲ କଟାଯାଇ ମୂଲ୍ୟବାନ ଗଛଗୁଡ଼ିକ ନଷ୍ଟ କରି ଦିଆଯାଉଥିବା ଦେଖିବାକୁ ମିଳିଛି। ଆଞ୍ଚଳିକ ବନ୍ୟ ସଂରକ୍ଷକ ପ୍ରଦୀପ ରାଜ କରାଟେ ଏ ଘଟଣା ଜାଣିବା ପରେ ସାତକୋଶିଆ ଡିଏଫ୍ଓ ରାମାସ୍ୱାମୀ ପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛନ୍ତି।
ସାତକୋଶିଆରେ ଫୁଟୁଛି ଡିନାମାଇଟ୍, ବିପଦରେ ବନ୍ୟ ପ୍ରାଣୀ
/sambad/media/post_attachments/wp-content/uploads/2019/12/satakosia-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)