ଝାରସୁଗୁଡ଼ା/ବ୍ରଜରାଜନଗର : ଗୁରୁବାର ସକାଳେ ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନ୍ରୁ ଜିଆର୍ପି ପୁଲିସ ୧୪୦ଟି ଡିନାମାଇଟ୍ ଜବତ କରିଛି। ତେବେ, ଏହି ଡିନାମାଇଟ୍ର ଦାବିଦାର କେହି ନଥିବାରୁ ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଏହି ଟ୍ରେନ୍ ସକାଳେ ହାଓ୍ଵାଡ଼ାରୁ ମୁମ୍ବାଇ ଯାଉଥିବା ବେଳେ ବ୍ରଜରାଜନଗର ଠାରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟ୍ରେନ୍ରେ ଚଢ଼ଉ କରିଥିଲା। ସାଧାରଣ ବଗିରେ ଏକ ଝୁଲା ବ୍ୟାଗରୁ ଡିନାମାଇଟ୍ଗୁଡ଼ିକୁ ଜବତ କରାଯାଇଥିଲା। ଏହାସହିତ ଏକ ଆଧାର କାର୍ଡ ମଧ୍ୟ ଜବତ କରାଯାଇଛି। ବିଳାସପୁରରୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ଜବତ ହୋଇଥିବା ଡିନାମାଇଟଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା। ଆଧାର କାର୍ଡକୁ ଆଧାର କରି ଜିଆରପି ପୁଲିସ ଅଧିକ ତଦନ୍ତ ଚଳାଇଛି। ଏ ନେଇ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ।
ଆଜାଦ୍ ହିନ୍ଦ ଏକ୍ସପ୍ରେସରୁ ଡିନାମାଇଟ୍ ଜବତ
/sambad/media/post_attachments/wp-content/uploads/2018/04/SBPHO20-JSG-dinamite1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)