ଏଣିକି ସରକାରୀ ସ୍କୁଲରେ ଇ-ଉପସ୍ଥାନ

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏଣିକି ଆପ୍‌ ମାଧ୍ୟମରେ ଗ୍ରହଣ କରାଯିବ। ଏହି ଆପ୍‌ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନ ଅନ୍‌ଲାଇନ୍‌ ମାଧ୍ୟମରେ ଜାଣିବା ସହ ସେମାନେ କି ପ୍ରକାର ମାଧ୍ୟମ ଯଥା-ସ୍ମାର୍ଟ ଫୋନ୍‌, କମ୍ପ୍ୟୁଟର, ସାଧାରଣ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଜାଣିହେବ। ଏହି ଇ-ଉପସ୍ଥାନ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଏହା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଅଭିନବ ପଦକ୍ଷେପ ବୋଲି ବୋଲି ଆପ୍‌କୁ ଉନ୍ମୋଚନ କରି ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର