ରାଉରକେଲା: ଦେଶର ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଇ-ବସ୍ ଚଳାଚଳ କରିବ। ଏନେଇ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପିଏମ୍ ଇ-ବସ୍ ସେବା ଯୋଜନା ଆରମ୍ଭ ହୋଇଛି। ଯୋଜନାର ଉଦ୍ଦେଶ୍ୟ ହେଉଛି, ସହରଗୁଡ଼ିକରେ ଇ-ବସ୍ ଚଳାଚଳକୁ ପ୍ରୋତ୍ସାହିତ ତଥା ସାର୍ବଜନୀନ ପରିବହନକୁ ଉନ୍ନତ କରିବା। ସରକାରୀ-ବେସରକାରୀ ସହଭାଗୀତା (ପିପିପି) ମଡେଲ୍ରେ ଇ-ବସ୍ ଡିପୋ ନିର୍ମାଣ କରାଯାଉଛି। ଏହି କ୍ରମରେ ରାଉରକେଲାର ଇ-ବସ୍ ଡିପୋ ନିର୍ମାଣ ପାଇଁ ସୋମବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଛେଣ୍ଡ୍ ଏସ୍ଓଏସ୍ ଭିଲେଜ୍ ସଂଲଗ୍ନ ଜମିରେ ଏହି ଇ-ବସ୍ ଡିପୋ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ପାଖାପାଖି ୨୫ କୋଟି ବ୍ୟୟ ଅଟକଳ ରହିଛି। ଗତ ୧୬ ତାରିଖରେ ଡିପୋ ପାଇଁ ଜମି ସୀମା ନିର୍ଦ୍ଧାରିତ ହୋଇଥିଲା। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରଷ୍ଟ୍ (କ୍ରୁଟ୍) ମହାପ୍ରବନ୍ଧକ ସଞ୍ଜୟ ବିଶ୍ବାଳଙ୍କ ସମେତ ରାଉରକେଲା ତହସିଲଦାର, ଟିପିଡବ୍ଲ୍ୟୁଓଡିଏଲ୍ ଅଧିକାରୀ ଉପସ୍ଥିତଥିଲେ। ଏହି ଇ-ବସ୍ ଟର୍ମିନାଲ ପାଇଁ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହୋଇଛି।
ଏହି ରାସ୍ତା ରିଂରୋଡ୍ଠାରୁ ଟର୍ମିନାଲକୁ ସଂଯୋଗ କରିବ। ଏହି ରାସ୍ତା ଓ ଡ୍ରେନ୍ ପାଇଁ ପ୍ରାୟ ୯ କୋଟି ବ୍ୟୟ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପରିମାଣର ପୁଲିସ ଫୋର୍ସ୍ ମୁତୟନ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୨୦ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ରାସ୍ତା ଓ ଡ୍ରେନ୍ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/19/zrrYYovoj3h2EcUgbEeE.jpg)