ମାଥିଲି: ଲକଡାଉନରେ ନିଜ ଉଦ୍ୟମକୁ ନେଇ ଚର୍ଚ୍ଚାରେ ଯୁବଗୋଷ୍ଠୀ । ଏବେ ଆଉ ଯିବାକୁ ପଡିବନି ବଜାର । ହାତ ପାହାନ୍ତାରେ ମିଳିବ ସାମଗ୍ରୀ। ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ‘ଗୋ - ଫଟାଫଟ୍’ ୱେବସାଇଟ । ଏଣିକି ଅନଲାଇନରେ ଇ– କମର୍ସ ସର୍ଭିସରେ ପାଇପାରିବେ ମନ ପସନ୍ଦର ସମସ୍ତ ସାମଗ୍ରୀ ।
ସାଧାରଣ ବଜାର ଓ ସମାନ ଦରରେ ୱେବସାଇଟ ମାଧ୍ୟମରେ ବି ପାଇପାରିବେ ସୁବିଧା । ଲକଡାଉନ୍ ସମୟରେ ଘରେ ବସି କାମଧନ୍ଦା ନ ପାଇ କିଛି ନୂଆ କରିବାକୁ ଚିନ୍ତା କରିଥିଲେ ଏହି ଯୁବବର୍ଗ । ଆଉ ୫୦ ଜଣ ଯୁବକଯୁବତୀ ମିଶି ଆରମ୍ଭ କଲେ ‘ଗୋ ଫଟାଫଟ୍’ କମର୍ସିଆଲ ସର୍ଭିସ୍ । ଘରେ ରହିବା ଅପେକ୍ଷା ଏହାକୁ ଗୁରୁତ୍ୱ ଦେଇ ରୋଜଗାରକ୍ଷମ ହୋଇପାରିଛନ୍ତି ଯୁବବର୍ଗ | ୱେବସାଇଟ ମାଧ୍ୟମରେ ସମସ୍ତ ସାମଗ୍ରୀ ଘରେ ପହଂଚାଇ ଏବେ ବେଶ୍ ଲାଭବାନ୍ ଏମାନେ । ବ୍ୟସ୍ତ ବହୁଳ ଜୀବନରେ ମୋବାଇଲ ଓ ଇନଟରନେଟ୍ ସମସ୍ତଙ୍କୁ ବାନ୍ଧି ରଖିଛି । କରୋନା ମହାମାରି ସମୟରେ ଆବଶ୍ୟକତାକୁ ପାଥେୟ କରି ଯୁବପିଢ଼ି ଗୋ - ଫଟାଫଟ୍ ମାଧ୍ୟମରେ ରୋଜଗାରକ୍ଷମ ହେବା ସହିତ ଆବଶ୍ୟକୀୟ ସାମଗ୍ରୀ ଲୋକଙ୍କ ମନ ପସନ୍ଦର ଯୋଗାଇପାରୁଛନ୍ତି ।
/sambad/media/post_attachments/wp-content/uploads/2020/09/Screen-Shot-2020-09-16-at-9.01.50-PM.png)
ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ହୋଇପାରୁଛି ହୋମ ଡେଲିଭରି । ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଅର୍ଡର କଲେ ଗ୍ରାହକ ଘରେ ବସି କମ ସମୟ ମଧ୍ୟରେ ସାମଗ୍ରୀ ପାଇପାରୁଛନ୍ତି । ପ୍ରଥମେ ପ୍ରଥମେ ଲକଡାଉନ୍ ସମୟରେ କିଛି ଦିନ ପାରିଶ୍ରମିକ ନ ମିଳିଲେ ବି ମନ ପସନ୍ଦର ସାମଗ୍ରୀ ଯୋଗାଇ ସ୍ଥାନୀୟ ଅଂଚଳରେ ପ୍ରଂଶସା ସାଉଁଟିଛନ୍ତି ଏମାନେ । ଗ୍ଲୋସରି , ପନିପରିବା , ଡ୍ରେସ୍ ଆଦି ଗୋ - ଫଟାଫଟ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚାଉଛନ୍ତି ଯୁବପିଢ଼ି । ମାର୍କଟରୁ ହୋଲସେଲରେ ଆଣି ବଜାର ମୂଲ୍ୟରେ ଲୋକଙ୍କ ପାଖକୁ ଯୋଗାଉଛନ୍ତି ସାମଗ୍ରୀ । ଆଗାମୀ ଦିନରେ ଜିଲାରେ ଅଧିକ ସଦସ୍ୟ ସାମିଲ କରାଇ ବ୍ୟବସାୟ ବଢାଇବା ସହିତ ଫଟାଫଟ୍ ସାମଗ୍ରୀ ଲୋକଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ଗୋବିନ୍ଦପାଲ୍ଲି ଅଂଚଳର ଯୁବପିଢ଼ି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/E-Commerce-in-Naxal-Area_Thumbnail-1.jpg)