ଜେଲ୍‌ ବିଭାଗର ୭ ଜଣିଆ କମିଟି : ଅନୁଧ୍ୟାନ ହେବ ‘ଇ-କାରାଗାର’ ପ୍ରକଳ୍ପ

କଟକ : ଜିଲ୍ଲା ଓ୍ଵାରି ଜେଲ୍‌ରେ କାର୍ଯ୍ୟ କରୁଥିବା ‘ଇ-କାରାଗାର’ ପ୍ରକଳ୍ପ ଅନୁଧ୍ୟାନ କରିବାକୁ ଗଠନ କରାଯାଇଛି ଏକ ରାଜ୍ୟସ୍ତରୀୟ କମିଟି । ଜେଲ୍‌ ବିଭାଗ ଆଇଜିଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ କମିଟି ପ୍ରକଳ୍ପର ଅନୁଧ୍ୟାନ କରିବ । ୨୦୧୮ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଏହି ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏଥିରେ ଜେଲ୍‌ ବିଭାଗ ଆଇଜି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସଦସ୍ୟ ତାଲିକାରେ ଜେଲ୍‌ ବିଭାଗ ଅତିରିକ୍ତ ସଚିବ, ଅର୍ଥ ବିଭାଗ ଅତିରିକ୍ତ ସଚିବ, ସୂଚନା ବିଭାଗ ଅତିରିକ୍ତ ସଚିବ, ପିଏମ୍‌ଏସ୍‌ର ନୋଡାଲ ଅଫିସର, ସିସିଟିଏନ୍‌ଏସ୍‌ ବ୍ୟବସ୍ଥାର ନୋଡାଲ ଅଫିସର, ଏନ୍‌ଆଇସି ଓଡ଼ିଶା ଶାଖାର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଏ ସଂକାନ୍ତ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ଗତ ଜୁନ ୨୩ ତାରିଖରେ ପ୍ରକାଶ ପାଇଛି । କମିଟି ‘ଇ-କାରାଗାର’ ପ୍ରକଳ୍ପର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନୁଧ୍ୟାନ କରିବେ। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରତ୍ୟେକ ମାସରେ ଗୃହ ମନ୍ତ୍ରଣାଳୟକୁ କମିଟି ପକ୍ଷରୁ ପଠାଯିବ । ଏହାବାଦ୍‌ ରାଜ୍ୟରେ ଥିବା ମୋଟ ୯୧ଟି ଜେଲ୍‌ ପାଇଁ ଆସୁଥିବା ସମସ୍ତ ପ୍ରକାର ପାଣ୍ଠିର ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର