ଭୁବନେଶ୍ଵର: ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।
ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଯଦି ସମୟ ସୁଦ୍ଧା ଏହା ନସରେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ୪୦ ଲକ୍ଷ ୪୦ ହଜାର ୮୬୪ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ।
ମୋଟ ୩କୋଟି ୩୫ ଲକ୍ଷ ୫୭୦ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ଜଣଙ୍କର ଇ-କେୱାଇସି ସରିଛି । ଏହା ମୋଟ ହିତାଧିକାରୀଙ୍କ ୮୮ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଓ୍ବାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ, ଖୁବଶୀଘ୍ର ସଂସଦରେ ଆଗତ ହେବ
କାର୍ଡରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟ ବାହାରେ ୧ ଲକ୍ଷ ୩୦ ହଜାର ୨୬ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରାଇରଙ୍ଗପୁର ରେଳଷ୍ଟେସନ ଶୌଚାଳୟରେ ତାଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/27/A3FfC5SfbNEcJ8fgM4R0.jpeg)