ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବ୍ଶୀଘ୍ର ଇ-ଟୁରିଷ୍ଟ୍ ଭିସା ସୁବିଧା ଉପଲବ୍ଧ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ। ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହାକୁ ଖୁବ୍ଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ସ˚ପ୍ରତି ଭାରତକୁ ଆସିବାକୁ ୧୨୦ରୁ ଅଧିକ ଦେଶ ପାଇଁ ଇ-ଟୁରିଷ୍ଟ୍ ଭିସା ସୁବିଧା ଉପଲବ୍ଧ ହେଉଥିବା ବେଳେ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେଲାଣି। ତେଣୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ାଇବା ପାଇଁ ଏହା ବିଶେଷ ଫଳପ୍ରଦ ହେବ ବୋଲି ପର୍ଯ୍ୟଟନ ସଚିବ ବିଶାଲ୍ କୁମାର ଦେବ କହିଛନ୍ତି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ଖୁବ୍ କମ୍ ସମୟ ମଧୢରେ ଭିସା ପ୍ରାପ୍ତ କରିହେବ। ତେଣୁ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସି ବୁଲିପାରିବେ। ହକି ବିଶ୍ୱକପ୍ ସମୟରେ ୧୦ରୁ ୧୫ ହଜାର ବିଦେଶୀ ପର୍ଯ୍ୟଟକ ତଥା କ୍ରୀଡ଼ା ପର୍ଯ୍ୟଟକ ଆସିବା ନେଇ ଆକଳନ କରାଯାଇଛି। ତେବେ ଏହି ଇ-ଟୁରିଷ୍ଟ୍ ଭିସା ଉପଲବ୍ଧ ହେଲେ ଏହି ସ˚ଖ୍ୟା ବଢ଼ିପାରେ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଶା କରାଯାଇଛି। ଏୟାର ଇଣ୍ତିଆ ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖରୁ ଭୁବନେଶ୍ବରରୁ ବ୍ୟାଙ୍କକକ୍ ଫ୍ଲାଇଟ୍ ଉଡ଼ାଣ ପାଇଁ ଘୋଷଣା ସରିଥିବା ବେଳେ ଆଗକୁ ଏୟାର ଏସିଆ ପକ୍ଷରୁ ମଧ୍ୟ ଭୁବନେଶ୍ୱରରୁ ବ୍ୟାଙ୍କକକ୍କୁ ସିଧାସଳଖ ଉଡ଼ାଣ ପାଇଁ ବ୍ୟବସ୍ଥା କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ତେଣୁ ଇ-ଟୁରିଷ୍ଟ୍ ଭିସା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ାଇବା ପାଇଁ ପଥ ଆହୁରି ଉନ୍ମୁକ୍ତ କରିଦେବ। ତଥ୍ୟ ମୁତାବକ, ୨୦୧୭ ଜାନୁଆରିରୁ ଜୁନ୍ ମଧୢରେ ୟୁକେରୁ ସର୍ବାଧିକ ୧ଲକ୍ଷ ୫୧ ହଜାର ୪୭୬ଜଣ ଭାରତ ଆସିବା ପାଇଁ ଇ-ଟୁରିଷ୍ଟ୍ ଭିସା ନେଇଥିବା ବେଳେ ଆମେରିକା, ଋଷିଆ, ଚୀନ, ଫ୍ରାନ୍ସ, ଜର୍ମାନି, ଅଷ୍ଟ୍ରେଲିଆ, କାନାଡ଼ା, କୋରିଆ ଓ ସ୍ପେନ୍ ଆଦି ଦେଶର ପର୍ଯ୍ୟଟକ ଭାରତ ଆସିବା ପାଇଁ କ୍ରମାନ୍ୱୟରେ ଇ-ଟୁରିଷ୍ଟ୍ ଭିସାର ସୁବିଧା ନେଇଛନ୍ତି।
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖୁବ୍ଶୀଘ୍ର ଇ-ଟୁରିଷ୍ଟ୍ ଭିସା
/sambad/media/post_attachments/wp-content/uploads/2018/10/air-port.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)