ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ୍‌ (NeVA) କାର୍ଯ୍ୟକାରୀ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନଷ୍ଠିତ ହୋଇଯାଇଛି। ଏନ୍‌ଇଭିଏ କାର୍ଯ୍ୟାନ୍ଵୟନ ସଂପର୍କିତ ଚିଠା ବିସ୍ତତ ପ୍ରକଳ୍ପ ବିବରଣୀକୁ ଯଥାଶୀଘ୍ର ପ୍ରସ୍ତୁତ କରି ତାଙ୍କ ନିକଟରେ ଜୁନ ୨୨ ତାରିଖ ସୁଦ୍ଧା ଦାଖଲ କରିବାକୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ପରବର୍ତ୍ତୀ ବୈଠକ ଚଳିତ ଜୁନ ୨୨ ତାରିଖରେ ଅନୁଷ୍ଠିତ ହେବ।

Advertisment

ବୈଠକରୁ ଜଣାଯାଇଛି ଯେ, ୨୦୧୯ ଜାନୁଆରି ୧୧ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିଧାନସଭାର କମ୍ପ୍ୟୁଟରୀକରଣ ଗୃହ କମିଟି ବୈଠକରେ ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ୍‌ ଓଡ଼ିଶା ବିଧାନସଭାରେ ଲାଗୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପ୍ରକଳ୍ପ ପରିଚାଳନା ୟୁନିଟ ଭଳି ଏକ ରାଜ୍ୟ ପ୍ରକଳ୍ପ ପରିଚାଳନା କମିଟି ଗଠନ କରିବାକୁ ଏହି ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଏହି କମିଟି ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ଗଠନ କରାଯାଇଛି। କମିଟିର ନିଷ୍ପତ୍ତି କ୍ରମେ ଓଡ଼ିଶା ବିଧାନସଭା ପକ୍ଷରୁ ଚିଠା ବିସ୍ତତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ପୂର୍ବରୁ ଏନଆଇସି ସଂସଦୀୟ ବ୍ୟାପାର ମନ୍ତ୍ରାଳୟରୁ ବିସ୍ତତ ପ୍ରକଳ୍ପ ବିବରଣୀର ନମୁନା ନକଲ ସଂଗ୍ରହ କରିବ ଓ ଏଥିରେ ପୂର୍ବରୁ ଗଚ୍ଛିତ ଥିବା ଆଇସିଟି ଯନ୍ତ୍ରପାତି ଏବଂ ସମ୍ବଳର ସଂପୂର୍ଣ୍ଣ ନମୁନା ନକଲ ସଂଗ୍ରହ କରିବ ଓ ଏଥିରେ ପୂର୍ବରୁ ଗଚ୍ଛିତ ଥିବା ଆଇସିଟି ଯନ୍ତ୍ରପାତି ଏବଂ ସମ୍ବଳର ବିନିଯୋଗ କରାଯିବ।