ଇଗଲ କ୍ଲବ କ୍ରିକେଟ୍: ଚାର୍ଜ ଇଲେଭେନ୍ ଚାମ୍ପିଅନ

ଖୋର୍ଦ୍ଧା: ୧୮ତମ ଇଗଲ କପ୍ କ୍ରିକେଟ୍ ଟୁର୍ନାମେଂଟ୍ ଉଦଯାପିତ ହୋଇଯାଇଛି। କଟକର ମ୍ୟାଜିକ ଏକାଦଶ ଓ ଚାର୍ଜ ଇଲେଭେନ୍ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା। ଚାର୍ଜ ଇଲେଭେନ୍ ନିର୍ଦ୍ଧାରିତ ୬ ଓଭରରେ ୨ଟି ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପୂର୍ବତନ ରଣଜି ଖେଳାଳି ଦୀପକ ବେହେରା ୧୦ଟି ବଲରୁ ୩୭ ରନ୍ ଓ ରଂଜନ ରାଉତ ୮ଟି ବଲରୁ ୩୧ ରନ୍ ସଂଗ୍ରହ କରିଥିଲେ । ଜବାବରେ ମ୍ୟାଜିକ ଏକାଦଶ ୬ ଓଭରରେ ୩ ୱିକେଟ୍ ବିନିମୟରେ ୧୦୦ ରନ୍ ସଂଗ୍ରହ କରି ପାରିଥିଲେ । ଦଳ ପକ୍ଷରୁ ବାପୁନି ବେହେରା ୧୨ ବଲରୁ ୩୪ ଓ ଅବ୍ଦୁଲ ରଜାକ ୧୪ ବଲରୁ ୩୦ ରନ ସଂଗ୍ରହ କରିଥିଲେ । ଫଳରେ ଚାର୍ଜ ଇଲେଭେନ୍ ୨୩ ରନରେ ବିଜୟ ହୋଇ ଚଳିତ ବର୍ଷର ଚାମ୍ପିଅନ୍ ହୋଇଥିଲା । ଚାର୍ଜ ଇଲେଭେନ୍ ଦଳର ଉ

ଉତ୍ତମ ମହାନ୍ତିଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଦୀପକ ବେହେରାଙ୍କୁ ଅନ୍ତିମ ମ୍ୟାଚ୍ ଓ ଟୁର୍ନାମେଂଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।

ଉଦ୍ଘାଟନୀ ଦିବସର ଅତିଥି ଭାବେ ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ସାହୁ, ୧୫ ନମ୍ବର ୱାର୍ଡ଼ କାଉନ୍ସିଲର ପ୍ରବୀଣା ଜଗଦ୍ଦେବରାୟ, ଅନୀଲ ରାମ ପ୍ରମୁଖ ଯୋଗ ଦେଇଥିଲେ । ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ୫ ନମ୍ବର ୱାର୍ଡ କାଉନ୍ସିଲର ଅମୀୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଇଗଲ କ୍ଲବର ପ୍ରତିଷ୍ଠାତା ସମ୍ପାଦକ ଅଭିଷେକ ସିଂହସାମନ୍ତ ଅଧ୍ୟକ୍ଷତା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ୮ ଦଳ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚକୁ ଡ୍ୟାନ୍ସିଂ ଅମ୍ପାୟର ସାନୁଜ ବିଶ୍ୱାଳ ଓ ଗିରିଶ ନାୟକ ପରିଚାଳନା କରିଥିଲେ । ସ୍କୋରର ଭାବେ ଶିବାଶିଷ ପଟ୍ଟନାୟକ ଓ ନୂତନକ୍ରାନ୍ତି ପାଲ୍ ସହଯୋଗ କରିଥିଲେ, କମେଂଟେଟର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଦାୟିତ୍ୱ ତୁଲାଇଥିଲେ ।

ସମ୍ବନ୍ଧିତ ଖବର