ରାଉରକେଲା : ଘରେ ରହି ସ୍ମାର୍ଟଫୋନ୍‌ରେ ଟଙ୍କା ରୋଜଗାର କରିବେ! ଜଣେ ଯୁବତୀ ସୋସିଆଲ ମିଡ଼ିଆରୁ ଏମିତ ଏକ ଖବର ଦେଖି ରୋଜଗାରର ଏକ ବାଟ ଫିଟିଲା ବୋଲି ଭାବିନେଇଥିଲେ। କିନ୍ତୁ ଠକ ଦଳଙ୍କ ଜାଲରେ ଯୁବତୀ ଜଣକ ଫଶି ଯାଇଥିଲେ। ମୂଳ ଟଙ୍କା ଫେରି ପାଇବା ପାଇଁ ଯୁବତୀ ଜଣକ ସେକ୍ଟର-୧୫ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ସେକ୍ଟର-୧୫ ଅଞ୍ଚଳର ଜଣେ ଯୁବତୀ ପାଠପଢ଼ା ସାରି ସରକାରୀ ବେସରକାରୀ ଚାକିରି ପାଇଁ ପ୍ରସ୍ତୁତି ହେଉଥିଲେ। ଫାଙ୍କା ସମୟରେ ଘରେ ରହି ହାତଖର୍ଚ୍ଚ ପାଇଁ ଟଙ୍କା ରୋଜଗାରର ଇଷ୍ଟାଗ୍ରାମ୍‌ର ଏକ ପୋଷ୍ଟରୁ ଦେଖିଲେ। ଯୁବତୀ ଜଣକ ସେହି ଇଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଠକ ଦଳଙ୍କ ସହ ଯୋଗାଯୋଗ କରିଥିଲେ। ଏକ ପୋର୍ଟାଲରେ ରିଚାର୍ଜ କଲେ ମୂଳ ସହ ଲାଭ ଟଙ୍କା ମଧ୍ୟ ମିଳିବ ବୋଲି ଠକ ଦଳ କହିଥିଲେ। ଯୁବତୀ ଜଣକ ସେମାନଙ୍କ ସର୍ତ୍ତରେ ରାଜି ହୋଇ ସେହି ପୋର୍ଟାଲରେ ରିଚାର୍ଜ କରିଥିଲେ। ଗୁଗଲ୍ ପେ୍‌ରେ ୧୦୦, ୨୦୦, ୫୦୦ ଟଙ୍କା କରି ସମୁଦାୟ ୫୪,୦୦୦ ଟଙ୍କା ସେଥିରେ ରିଚାର୍ଜ କରିଥିଲେ। କିନ୍ତୁ ଯୁବତୀଙ୍କୁ ମୂଳ ଟଙ୍କା ଓ ଲାଭ ଟଙ୍କା କିଛି ମିଳିଲାନି। ଫଳରେ ଯୁବତୀଙ୍କ ସନ୍ଦେହ ଜାତ ହୋଇଥିଲା। ପରେ ଠକାମିର ଶିକାର ହେବା ଜାଣି ସେକ୍ଟର-୧୫ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।