କୃତ୍ରିମ ଅଙ୍ଗ ଓ ଇ-ରିକ୍ସାର ସୁବିନିଯୋଗ କଲେ ଭିନ୍ନକ୍ଷମ ରାଜେନ୍ଦ୍ର : ଦିନକୁ ରୋଜଗାର କରୁଛନ୍ତି ୭୦୦ ଟଙ୍କା

ସମ୍ବଲପୁର : ସମ୍ବଲପୁରର ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ସେଠ୍‌ ଏବେ ନିଜ ଅକ୍ଷମତାକୁ ସକ୍ଷମତାରେ ରୂପାନ୍ତରିତ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ଫଟୋ ଏବଂ ବିବରଣୀ ‌ଏବେ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏକଦା ନିଜ ଅକ୍ଷମତା ଯୋଗୁଁ ଜୀବିକା ନିର୍ବାହ କରି ନପାରି ଚିନ୍ତାରେ ଥିବା ରାଜେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତ୍ରିମ ଅଙ୍ଗ ଏବଂ ନିକଟରେ ଏକ ଇ-ରିକ୍ସା ଯୋଗାଇ ଦିଆ ଯାଇଥିଲା। ଏହାର ସୁବିନିଯୋଗ କରି ରାଜେନ୍ଦ୍ର ଏବେ ଦୈନିକ ୭୦୦ ଟଙ୍କା ରୋଜଗାର କରୁଛନ୍ତି। ସହରର ଚାରଭାଟିଠାରେ ‌ଆରମ୍ଭ ହେବାକୁ ଯାଉଥିବା ନିଜ ନୂଆ ସୋ’ରୁମ୍‌ର ପ୍ରଚାରପ୍ରସାର ପାଇଁ ଆନନ୍ଦ ସୁପର୍‌ବଜାର ପକ୍ଷରୁ ରାଜେନ୍ଦ୍ରଙ୍କ ଅଟୋ ରିକ୍ସାକୁ ଭଡ଼ାରେ ନିଆଯାଇଛି। ରାଜେନ୍ଦ୍ର ନିଜ ଗାଡ଼ିରେ ହୋ‌ର୍ଡିଂ, ମାଇକ୍ ଆଦି ଲଗାଇ ଦିନସାରା ସହରରେ ବୁଲୁଛନ୍ତି। ପାରିଶ୍ରମିକ ବାବଦକୁ ତାଙ୍କୁ ଦୈନିକ ୭୦୦ ଟଙ୍କା ମିଳୁଛି। ଏଥିରେ ସେ ବେଶ ଖୁସି ଥିବାବେଳେ ତାଙ୍କ କାର୍ଯ୍ୟ ଓ ପରିଶ୍ରମକୁ ସାମାଜିକ ଗଣମାଧ୍ୟମରେ ଭୂରିଭୂରି ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର